ତିନି ତଲାକ ବିଲ୍କୁ ନେଇ କଣ କହିଲେ ବିଜେଡ଼ି ସାଂସଦ, ଜାଣନ୍ତୁ

ଭୁବନେଶ୍ବର: ଆଜି ରାଜ୍ୟସଭାରେ ଆଗତ ହେବ ତିନି ତଲାକ ବିଲ୍। ବହୁ ଚର୍ଚ୍ଚିତ ତିନ୍ ତଲାକ ବିଲକୁ ରାଜ୍ୟସଭାରେ ସମର୍ଥନ କରିବ ବିଜେଡି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ତେବେ ଲୋକସଭାରେ ଏହି ବିଲକୁ ମଂଜୁରୀ ମିଳିବା ପରେ ଆଜି ରାଜ୍ୟସଭାରେ ଏହି ବିଧେୟକ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର।
Prasanna Acharya, Biju Janata Dal (BJD) Floor Leader in Rajya Sabha to ANI: BJD will support Triple Talaq Bill in Rajya Sabha. pic.twitter.com/JkPHDxfSLI
— ANI (@ANI) July 30, 2019
ତିନ୍ ତଲାକ ବିଲ୍ ଭୋଟିଂ ପାଇଁ ଶାସକ ବିଜେପି ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରିଛି। ଲୋକସଭାରେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଡିଏମକେ ବ୍ୟାକ୍ ଆଉଟ୍ କରିବା ପରେ ମଧ୍ୟ ଏହି ବିଲ୍ ପାରିତ ହୋଇଥିଲା। ତେବେ ରାଜ୍ୟସଭାରେ ଏହି ବିଲକୁ ପାସ୍ କରାଇବା ପାଇଁ ବିଜେପି ପାଖରେ ସଂଖ୍ୟା ନଥିବା ବେଳେ ବିଜେଡି ଏହି ବିଲକୁ ସମର୍ଥନ କରିବ ବୋଲି କହିଛି।
Comments are closed.