Odisha Link
Bridging the Missing Links in Odisha

କାଫେ କଫି ଡେ’ର ମାଲିକ ନିଖୋଜ

ବେଙ୍ଗାଲୁରୁ: ବିଜେପି ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଏସ୍‌ଏମ୍‌ କ୍ରିଷ୍ଣାଙ୍କ ଜ୍ୱାଇଁ ଭିଜି ସିଦ୍ଧାର୍ଥ ଗତକାଲିଠୁ ନିଖୋଜ ଅଛନ୍ତି। ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ମିଳିଥିବା ସୂଚନା ମୁତାବିକ, ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୩୦ମିନିଟ୍‌ ସମୟରେ କାଫେ କଫି ଡେ’(ସିସିଡି)ର ମାଲିକ ସିଦ୍ଧାର୍ଥ ମାଙ୍ଗାଲୁରୁ ଗସ୍ତରେ ଯାଉଥିଲେ। ମଝି ରାସ୍ତାରେ ସେ ଗାଡ଼ିରୁ ଓହ୍ଲାଇ ସେଠାରେ କିଛି ସମୟ ବୁଲାବୁଲି କରିଥିଲେ। ଏହାପରେ ସେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ନିଖୋଜ ହେବା ପୂର୍ବରୁ ସିଦ୍ଧାର୍ଥ ନିଜର ଚିଫ୍ ଫାଇନାନସିଆଲ ଅଫିସର(ସିଏଫ୍‌ଓ)ଙ୍କ ସହ କଥା ହୋଇଥିଲେ। ଉକ୍ତ ସମୟରେ ତାଙ୍କ ମୋବାଇଲ ବନ୍ଦ ହୋଇଯାଇଥିଲା।

ଅପରପକ୍ଷେ ମାଙ୍ଗାଲୁରୁ ପୁଲିସ୍ କମିଶନର ସନ୍ଦୀପ ପାଟିଲ କହିଛନ୍ତି,“ ସିଦ୍ଧାର୍ଥ ସକଲେଶପୁର ଯାଉଛନ୍ତି ବୋଲି କହି ବେଙ୍ଗାଲୁରୁରୁ ବାହାରିଥିଲେ। ହେଲେ ନିଜର ଡ୍ରାଇଭରକୁ ମାଙ୍ଗାଲୁର ଯିବା ପାଇଁ କହିଥିଲେ। ନେତ୍ରବତୀ ନଦୀର ପୋଲ ଉପରେ ସିଦ୍ଧାର୍ଥ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ସେଠାରୁ ନିଜ ଡ୍ରାଇଭରଙ୍କ ଯିବା ପାଇଁ କହିଥିଲେ। ସିଦ୍ଧାର୍ଥ କାଫେ କଫି ଡେ’ ପାଇଁ ସାତ ହଜାର କୋଟି ଟଙ୍କା ଋଣ କରିଥିଲେ। ଋଣ ଟଙ୍କା ସୁଝି ନ ପାରି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ୍ ସନ୍ଦେହ କରୁଛି। ପୁଲିସ୍ ସିଦ୍ଧାର୍ଥଙ୍କୁ ଖୋଜୁଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁ ନାହିଁ। ଏପରି ସ୍ଥିତିରେ ତାଙ୍କ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରୁପ୍ପା ତାଙ୍କ ଘରେ ପହଞ୍ଚି ସାନ୍ତ୍ୱନା ଜଣାଇଛନ୍ତି।

Comments are closed.