Odisha Link
Bridging the Missing Links in Odisha

ଟି୨୦ରେ ଭାରତର ସବୁଠାରୁ ସଫଳ ବୋଲର ଚହଲ, ଇଣ୍ଟରନ୍ୟାଶନାଲ କ୍ରିକେଟରେ ମାରିଲେ ଶତକ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ପରାଜୟ ବରଣ କରିଛି ଟିମ୍‌ ଇଣ୍ଡିଆ। ଭ୍ରମଣକାରୀ ଇଂଲଣ୍ଡ ଦଳ ବିରାଟ ବାହିନୀକୁ ୮ ଓ୍ବିକେଟରେ ମାତ୍‌ ଦେଇଛି। ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ହାରିଥିବା ସତ୍ତ୍ବେ ଦଳର ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲ କରିଛନ୍ତି ରେକର୍ଡ।

ଟିମ୍‌ ଇଣ୍ଡିଆର ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ରଚିଛନ୍ତି ଇତିହାସ। ଚହଲ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଖେଳି ତାଙ୍କ କ୍ୟାରିୟର ୧୦୦ ତମ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ଖେଳିଛନ୍ତି। ଏଥିସହିତ ମ୍ୟାଚରେ ଗୋଟିଏ ଓ୍ବିକେଟ ନେଇ ଚହଲ ନିଜ ନାମରେ ଯୋଡ଼ିଛନ୍ତି ଆଉ ଏକ ବଡ଼ ରେକର୍ଡ।

ସେ ଇଣ୍ଟରନ୍ୟାସନାଲ୍‌ ଟି-୨୦ ଫର୍ମାଟରେ ଭାରତ ପକ୍ଷରୁ ସର୍ବାଧିକ ଓ୍ବିକେଟ ଟେକର ବୋଲର ହୋଇଛନ୍ତି। ସେ ଟିମ୍‌ ଇଣ୍ଡିଆ ପକ୍ଷରୁ ଟି-୨୦ କ୍ରିକେଟରେ ୬୦ ଓ୍ବିକେଟ ନେଇଛନ୍ତି। ସେ ଏହି ମାମଲାରେ ଜଶପ୍ରୀତ୍‌ ବୁମରାଙ୍କୁ ପଛରେ ପକାଇଛନ୍ତି।

ୟୁଜବେନ୍ଦ୍ର ଚହଲ ୪୬ଟି ମ୍ୟାଚ୍‌ ଖେଳି ୬୦ ଓ୍ବିକେଟ ନେଇଛନ୍ତି। ତାଙ୍କ ପଛକୁ ବୁମରା ୫୦ଟି ମ୍ୟାଚ୍‌ ଖେଳି ୫୯ଟି ଓ୍ବିକେଟ ନେଇଛନ୍ତି। ତାଙ୍କ ପଛକୁ ରବିଚନ୍ଦ୍ରନ ଅଶ୍ବିନ ୫୨ ଓ୍ବିକେଟ ନେଇଥିବା ବେଳେ ଭୁବନେଶ୍ବର କୁମାର ୪୧ ଓ୍ବିକେଟ ନେଇଛନ୍ତି। ୟୁଜବେନ୍ଦ୍ର ଚହଲଙ୍କ ନାମରେ ଆଉ ଏକ ରେକର୍ଡ ମଧ୍ୟ ଅଛି। ଚାହଲ ଟି-୨୦ ଇଣ୍ଟରନ୍ୟାସନାଲ୍‌ କ୍ରିକଟରେ ଥରୁଟିଏ ୫ ଓ୍ବିକେଟ ସଫଳତା ପାଇଛନ୍ତି।

Comments are closed.