ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ବିଜେଡିର ନିନ୍ଦା

ଭୁବନେଶ୍ୱର: ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନିନ୍ଦା କରିଛି ବିଜେଡି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁବାସ ପାଣିଗ୍ରାହୀଙ୍କୁ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ଅତନୁ ସବ୍ୟସାଚୀ ଓ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ।
ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ‘ସାରା ଓଡିଶା ପାଇଁ ଏହା ଏକ ନିନ୍ଦନୀୟ ଘଟଣା। ବର୍ତ୍ତମାନ କୋଭିଡ ସମୟ। ଘରେ ଘରେ ସାନିଟାଇଜର ଅଛି। ସଚେତନ କରାଯାଉଛି ସାନିଟାଇଜର ବ୍ୟବହାର କରିବା ପାଇଁ। ହେଲେ ସେ ସାନିଟାଇଜର ପିଇବା ବିପଦଜନକ ବାର୍ତ୍ତା ସମାଜକୁ ସୁବାସ ଦେଇଛନ୍ତି। ସବୁ ଦିନ ପାଇଁ ଏହା ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଗଲା। ସାରା ଦେଶରେ ଏ ନେଇ ଚର୍ଚ୍ଚା ଚାଲିଛି। ବିଧାନସଭା ଗାରିମାକୁ ନଷ୍ଟ କରିଛନ୍ତି ବିଧାୟକ। ଏହା ଆଗାମୀ ପିଢି ପାଇଁ ଏକ ଭୁଲ ବାର୍ତ୍ତା ଦେଉଛି।
ଏହି ମାମଲାରେ ବିଜେପି ଏଯାଏଁ ଚୁପ୍ କାହିଁକି ବସିଛି ବୋଲି ଅତନୁ ସବ୍ୟସାଚୀ ପ୍ରଶ୍ନ କରିଛନ୍ତି। ଏହା ନିଜସ୍ୱ ନିଷ୍ପତ୍ତି ନା ଚୁପ ରହି ବିଜେପି ପ୍ରୋତ୍ସାହନ ଦେଇଛି କି ? ବିଧାନସଭାର ପବିତ୍ରତା ନଷ୍ଟ ହୋଇଛି। ଗୃହର ମର୍ଯ୍ୟାଦା ପାଇଁ ବିଜେପି ଆଭିମୁଖ୍ୟ ସ୍ପଷ୍ଟ କରୁ। ଏହାର ନିରାକରଣ ହେଉ। ଏହି କଳଙ୍କିତ ଅଧ୍ୟାୟରେ ଆଭିମୁଖ୍ୟ କାହିଁକି ସ୍ପଷ୍ଟ କରୁନି ବିଜେପି ବୋଲି ପ୍ରଶ୍ନ କରିଛି ବିଜେଡି।
Comments are closed.