ପେଟ ପାଇଁ ପୋଷାକ ବିକୁଛନ୍ତି ପବନ ଜଲ୍ଲାଦ

ମିରଟ: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ନ୍ୟାୟ ଦେଇଥିବା ମିରଟର ପବନ ଜହ୍ଳାଦ ବେଶ୍ ଜଣାଶୁଣା। ଫାଶୀ ପାଇଁ ନିୟୋଜିତ ଥିବା ଜହ୍ଲାଦ ପବନ ଏବେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ସ୍ବଳ୍ପ ରୋଜଗାରରେ ୯ ପ୍ରାଣୀ କୁଟୁମ୍ବ ଚଳାଇବା କଷ୍ଟସାଧ୍ୟ ହେଉଥିବା ବେଳେ ପିଲାଙ୍କ ମୁହଁରେ ଦାନା ଦେବାକୁ ଗଳି ଗଳି ବୁଲି ପୋଷାକ ବିକ୍ରି କରୁଛନ୍ତି ପବନ ଜହ୍ଳାଦ।
୫୭ ବର୍ଷୀୟ ପବନ ମିରଟ ହାପୁଡ଼ ରୋଡ଼ ସ୍ଥିତ କାଶୀରାମ ଆବାସିସ କଲୋନୀରେ ପତ୍ନୀ ସମେତ ପାଞ୍ଚ ଝିଅ ଓ ପୁଅଙ୍କୁ ନେଇ ରୁହନ୍ତି। ୨୦୧୭ରୁ ସେ ୟୁପି ଉପକାରାଗାର ସେବାରେ ନିୟୋଜିତ ଅଛନ୍ତି। ମାସକୁ ପାରିଶ୍ରମିକ ରୂପେ ମାତ୍ର ସାତ ହଜାର ଟଙ୍କା ମିଳୁଥିବା ବେଳେ ଯାହାକି ବର୍ତ୍ତମାନ ସମୁଦ୍ରେକୁ ଶଙ୍ଖେ ପରି।
ଆଜିର ମହଙ୍ଗା ଯୁଗରେ ସାତ ହଜାର ଟଙ୍କାରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି। ପୱନ ବର୍ତ୍ତମାନ ଗାଁରୁ ଗାଁକୁ ଯାଇ ପୋଷାକ ହକ୍ ତିଆରି କରୁଛନ୍ତି।ବେତନ ଟଙ୍କା ବଢାଇବା ପାଇଁ ପବନ ଜହ୍ଲାଦ ଜେଲ ଅଧିକାରୀଙ୍କୁ ବହୁବାର ପତ୍ର ଲେଖି ସାରିଛନ୍ତି। ଆସନ୍ତା ମାସ ଲକ୍ଷ୍ନୌ ଯାଇ ମହାନିର୍ଦ୍ଦେଶକଙ୍କୁ ଭେଟି ଗୁହାରୀ ଜଣାଇବେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ମାର୍ଚ୍ଚ ୨୦ରେ ପବନ ଚାରି ନିର୍ଭୟା ଦୋଷୀଙ୍କୁ ଦିଲ୍ଲୀର ତିହାର ଜେଲରେ ଫାଶୀ ଦେଇଥିଲେ। ପାରିଶ୍ରମିକ ହିସାବରେ ଜେଲ ପ୍ରଶାସନ ତରଫରୁ ୬୦ହଜାର ଟଙ୍କା (ଫାଶୀ ପିଛା ୧୫ ହଜାର) ପାଇଥିଲେ। ପବନଙ୍କ ଅନୁଯାୟୀ, ନିର୍ଭୟା ଅପରାଧୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାର ପରେ ଚାରିଆଡ଼େ ତାଙ୍କର ଚର୍ଚ୍ଚା ହୋଇଥିଲା। ସମସ୍ତ ଲୋକ ତାଙ୍କର ସାକ୍ଷାତକାର ନେଇଥିଲେ। ଅନେକ ସ୍ଥାନରେ ସମ୍ମାନ ସମାରୋହ ଅନୁଷ୍ଠିତ କରାଯାଇ, ତାଙ୍କୁ ସମ୍ମାନିତ କରାଗଲା। ହେଲେ ଏବେ ଲୋକେ ଭୁଲିବା ସହ ସରକାର ବି ଭୁଲିଗଲେଣି।
Comments are closed.