ବିଶ୍ବ ବନ ଦିବସରେ ଜଳିଗଲେ ବନ କର୍ମଚାରୀ
କରଞ୍ଜିଆ: ବିଶ୍ବ ବନ ଦିବସରେ ଜଳିଗଲେ ବନ କର୍ମଚାରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଜଡିବିଲ ଜଙ୍ଗଲରେ।ଜଙ୍ଗଲ ନିଆଁ ଲିଭାଉଥିବା ଥିବା ବେଳେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ପୋଡି ହୋଇଯାଇଛନ୍ତି। ମୃତକ ବନ କର୍ମଚାରୀ ଘଣଙ୍କ ହେଲେ ଠାକୁରମୁଣ୍ଡା ଥାନା ଜଡିବିଲ ଗାଁର ଯଦୁମଣି ମହାନ୍ତ।
ସୂଚନା ମୁତାବକ, ଆଜି ଦିନ ୧ ଟା ବେଳେ ହଠାତ ଠାକୁରମୁଣ୍ଡା ରେଞ୍ଜ ଜଡିବିଲ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଯାଇ ଯଦୁମଣି ନିଆଁରେ ପୋଡି ମୃତ୍ୟୁ ବରଣ କରିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଜଙ୍ଗଲ ନିକଟରେ ନୂତନ ଚାରା ଗଛ ଲାଗିଥିବା ବେଳେ ସେଠାରେ ସୁରକ୍ଷା ଦାଇତ୍ୱରେ ଯଦୁମଣି ମହାନ୍ତ ଦାଇତ୍ୱରେ ଥିଲେ।
Comments are closed.