ରାଜ୍ୟରେ ସୁସ୍ଥ ହେଲେ ୮୨ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖା ଧିରେ ଧିରେ ବଢିବାରେ ଲାଗିଛି। ତେବେ ୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ୩୬ ହଜାର ୨୦୬ ଜଣ କରୋନାରୁ ସୁସ୍ଥ ହୋଇସାରିଲାଣି । ଏହା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି।
କଟକରୁ ୧୩ ଜଣ ଥିବା ବେଳେ, ସୁନ୍ଦରଗଡ ୧୩, ଖୋର୍ଦ୍ଧା ୧୨, ଯାଜପୁର ୭, ଗଞ୍ଜାମରୁ ଓ ମୟୂରଭଞ୍ଜରୁ ୬ ଜଣ ଲେଖାଏଁ, ଅନୁଗୁଳ ୫, ବଲାଙ୍ଗିର, କଳାହାଣ୍ଡି ଓ ସମ୍ବଲପୁରରୁ ୩ଜଣ ଲେଖାଏଁ, ବାଲେଶ୍ବର ଓ ବରଗଡରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ଛାରସୁଗୁଡା, କେନ୍ଦୁଝର, କୋରାପୁଟ ଏବଂ ନୂଆପଡାରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Comments are closed.