କଡ଼ାକଡ଼ି ହେଲା କଟକଣା, ପ୍ରବାସୀଙ୍କୁ ବାଧ୍ୟତାମୂଳକ ସଙ୍ଗରୋଧ
![](https://www.odishalink.com/wp-content/uploads/2021/03/WhatsApp-Image-2021-03-23-at-5.53.44-PM.jpeg)
ମାଲକାନଗିରି: ମାଲକାନଗିରରେ କଡ଼ାକଡ଼ି ହେଲା କଟକଣା। ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ନେଇ ଘୋଷଣା ହୋଇଥିବା ବେଳେ ମାଲକାନଗିରି ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ମାଲକାନଗିରିକୁ ବାହାର ରାଜ୍ୟରୁ ଫେରୁଥିଲେ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି। ୭ ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧ ନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ।
ବିବାହ, ବ୍ରତ, ଅନ୍ତ୍ୟେଷ୍ଟି କ୍ରିୟାରେ ଏକ ସମୟରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ। ମାସ୍କ, ସମାଜିକ ଦୂରତା ପରି କଟକଣାକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ବଡ଼ ଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ରାତ୍ରୀକାଳୀନ କର୍ଫ୍ୟୁ ଜିଲ୍ଲାରେ ଲାଗୁ ହେଉଛି। ଏହା ମାର୍ଚ୍ଚ ୩୧ ଯାଏ ବଳବତ୍ତର ରହିବ। ରାତି ୯ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି କରାଯାଇଛି।
ଏଥିସହ ଏଥିସହ କେହି ରାଜ୍ୟ ବାହାରକୁ ଗଲେ ନୋଡାଲ୍ ଅଫିସରଙ୍କୁ ଜଣାଇବାକୁ କୁହାଯାଇଛି। ଏନଫୋର୍ସମେଣ୍ଟ କଡାକଡି ପାଇଁ ତହସିଲଦାର, ବିଡିଓଙ୍କୁ ନିର୍ଦ୍ଦେଶ। ସ୍ୱତନ୍ତ୍ର ଫିଭର କ୍ଲିନିକ ଖୋଲିବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ। ମାଲକାନଗିରି, ମାଥିଲି, କାଲିମେଳା ଠାରେ ସ୍ୱତନ୍ତ୍ର ଫିଭର କ୍ଲିନିକ ହେବ।
Comments are closed.