ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନି
![](https://www.odishalink.com/wp-content/uploads/2021/03/Untitled-design-1-3-750x430.jpg)
କଟକ: ରଙ୍ଗର ପର୍ବ ହୋଲିରେ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଦୁଃଖଦ ଖବର। ଆଉ ନାହାନ୍ତି ଓଡ଼ିଆ ଫିଲ୍ମ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନି। କଟକ ବକ୍ସି ବଜାର ବାସଭବନରେ ୮୫ ବର୍ଷ ବୟସରେ ହୃଦଘାତରେ ତାଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଜଲାଲ ଆଦେନିଙ୍କ ପରଲୋକ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ଜଲାଲ ଆଦେନି କେବଳ ଜଣେ ପ୍ରୟୋଜକ ନଥିଲେ ଏକାଧାରରେ ସେ ଜଣେ ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଗୀତିକାର, ଅଭିନେତା ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ। ‘ଅନୁତାପ’ ସହ ଅନେକ ଓଡ଼ିଆ ହିଟ୍ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଜଲାଲ ଆଦେନି। ନିଦ ଭରା ରାତି ମଧୁଝରା ପ୍ରୀତି,ନୁପୁର କାହିଁକି ଆଜି ବାନ୍ଧିଲି, ମୁଁ ତୁମକୁ ଭଲ ପାଏ, ରୁଷିଛି ଅଭିମାନିତୀ ଭଳି ଅନେକ ଲୋକପ୍ରିୟ ଗୀତର ସେ ସଂଗୀତ ନିର୍ଦ୍ଦେଶକ ଥିଲେ। ୧୯୭୬ ମସିହାର ‘ହୀରା ମୋତି ମାଣିକ’ ଫିଲ୍ମର ନିର୍ଦ୍ଦେଶନା ବି ଦେଇଥିଲେ ଜଲାଲ ଆଦେନି।
ଶ୍ରୀ ଅଦାନିଙ୍କ ଜନ୍ମ ୧୯୩୬ ମସିହା ୨୩ ଜୁନରେ ଗଞ୍ଜାମର ଭଞ୍ଜନଗର ସହରରେ ହୋଇଥିଲା। ତାଙ୍କ ପରଲୋକରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।
Comments are closed.