Odisha Link
Bridging the Missing Links in Odisha

ଏବେ ସ୍କୁଲ ବନ୍ଦ ହେବ ନାହିଁ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ରାଜ୍ୟର ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନରେ ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟର ସରକାରୀ ସ୍କୁଲ ବନ୍ଦ ହେବକି ବୋଲି ଚର୍ଚ୍ଚା ଜୋର ଧରିଛି। ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏସବୁ ମଧ୍ୟରେ କହିଛନ୍ତି ଯେ, କରୋନା ସଂକ୍ରମଣ ଯୋଗୁ ବନ୍ଦ ହେବନି ସ୍କୁଲ।

ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ସରକାରୀ ସ୍କୁଲ ଛାତ୍ରଙ୍କୁ କରୋନା ହୋଇନି। ଯାହା ହୋଇଛି ଘରୋଇ ଶିକ୍ଷାନୁଷ୍ଠାନରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେଣୁ ନବମ ଓ ଏକାଦଶ ପାଇଁ ସ୍କୁଲ ବନ୍ଦ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆସନ୍ତା ୩୦ ତାରିଖରେ ସେମାନଙ୍କ ଅଭ୍ୟାସ ପରୀକ୍ଷା ଅଛି। ଆହୁରି ଗୋଟେ ଏପ୍ରିଲରେ ହେବ। ଏପ୍ରିଲ ୯ରେ ଓଟିଇଟି ପରୀକ୍ଷା ହେବାର ଅଛି। ରାଜ୍ୟ ସରକାର ସମସ୍ତ ଏସ୍‌ଓପି ମାନି କ୍ଲାସ ଚଳାଇଛନ୍ତି। ତେଣୁ ସ୍କୁଲ ବନ୍ଦ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।

Comments are closed.