ରାଷ୍ଟ୍ରପତିଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କର ବାଇପାସ୍ ଅପରେସନ୍ ସଫଳ ହୋଇଛି। ବାଇପାସ୍ ଅପରେସନ୍ କରିଥିବା ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ପ୍ରାର୍ଥନା କରିଛନ୍ତି।
ସୂଚନାଯୋଗ୍ୟ, ଆଜି ଦିଲ୍ଲୀସ୍ଥିତ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ ସର୍ଜରୀ ହୋଇଛି। ସର୍ଜରୀ ସଫଳ ହୋଇଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନିକଟରେ ରାଷ୍ଟ୍ରପତିଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କର ସର୍ଜରୀ ଆଜି ହେବ ବୋଲି ସୂଚନା ରହିଥିଲା। ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତି କୋବିନ୍ଦଙ୍କର ଅସ୍ତ୍ରୋପଚାର କରିଛନ୍ତି।
ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ରାଷ୍ଟ୍ରପତି କୋବିନ୍ଦଙ୍କୁ ଶୁକ୍ରବାର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ରାଷ୍ଟ୍ରପତିଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ତାଙ୍କର ବାଇପାସ ସର୍ଜରୀ ହେବ ବୋଲି ଜଣାପଡିଥିଲା। ସଫଳ ଅପରେସନ୍ ପାଇଁ ଡାକ୍ତରୀ ଟିମକୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ। ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ରାଜନାଥ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିକଟରେ କରୋନାର ପ୍ରଥମ ଡୋଜ୍ ନେଇଥିଲେ। ଏହାପରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଆଉ ଦିଲ୍ଲୀ ଫେରିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ।
Comments are closed.