ଉତ୍କଳ ବିଶ୍ୱବିଦ୍ୟାଳୟରେ କରୋନା ପରୀକ୍ଷା

ଭୁବନେଶ୍ବର: ଏପ୍ରିଲ ୨ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ୫୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହେବା ପାଇଁ ଉପରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଛି। ଭେଙ୍କେୟା ନାଇଡୁଙ୍କ ଗସ୍ତକୁ ନଜରରେ ରଖି କ୍ୟାମ୍ପସରେ କରୋନା ପରୀକ୍ଷା କରାଯାଉଛି। ସମାବର୍ତ୍ତନ ଉତ୍ସବରେ ମଞ୍ଚକୁ ଯିବାକୁ ଥିବା ଛାତ୍ର, ଅଧ୍ୟାପକ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯିବ। ଆଜି ସକାଳୁ କ୍ୟାମ୍ପସ ପରିସରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଂଟିଜେନ୍ ଟେଷ୍ଟ ଆରମ୍ଭ ହୋଇଛି।
ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ସମାବର୍ତ୍ତନ ଉତ୍ସବରେ ବିଭିନ୍ନ ବିଭାଗରେ ପୁରସ୍କାର ପାଇବାକୁ ଥିବା ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା କରାଯାଉଛି। ଏହା ସହ ଉପରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ଅନ୍ୟ ସମସ୍ତ ଅଧିକାରୀ, କର୍ମଚାରୀ ଓ ସେବା ଯୋଗାଣକାରୀଙ୍କର ମଧ୍ୟ ଆରଟିପିସିଆର କରୋନା ପରୀକ୍ଷା କରାଯିବ।
Comments are closed.