ମିଳିଲା ଆଶ୍ବସ୍ତି, କମିବନି ସୁଧହାର

ନୂଆଦିଲ୍ଲୀ: ୨୪ ଘଣ୍ଟା ନପୂରୁଣୁ ନିଷ୍ପତ୍ତି ବଦଳାଇଲେ କେନ୍ଦ୍ର ସରକାର। ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ସୁଧ ହାର ନିଷ୍ପତ୍ତି ଲାଗୁ କରିିଥିଲେ ସରକାର। ଯେଉଁଥିରେ PPF ଓ ଅନ୍ୟ ସ୍ୱଳ୍ପ ସଞ୍ଚୟ ଉପରେ ସୁଧହାର ହ୍ରାସ କରାଯାଇଥିଲା। ହେଲେ ବିଭିନ୍ନ ମହଲରୁ ତୀବ୍ର ବିରୋଧ ପରେ PPF ଉପରେ ସୁଧହାର ପୂର୍ବଭଳି ଅପରିବର୍ତ୍ତିତ ରହିବ ବୋଲି ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ କରି ସୂଚନା ଦେଇଛନ୍ତି।
ଗତକାଲି PPF ଓ ଅନ୍ୟ ସ୍ୱଳ୍ପ ସଞ୍ଚୟ ଉପରେ ସୁଧହାର ହ୍ରାସ କରାଯାଇଥିଲା । ୨୦୨୦-୨୧ ଶେଷ କ୍ୱାର୍ଟରର ସୁଧହାର ଲାଗୁ ହେବ । ତେଣୁ ସ୍ୱଳ୍ପ ସଞ୍ଚୟ ଉପରେ ସୁଧହାର ଅପରିବର୍ତ୍ତିତ ରହିବ । ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ସୁଧହାର ହ୍ରାସ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିବା ଟୁଇଟ୍ କରିଛନ୍ତି । କେବଳ ସେତିକି ନୁହେଁ ସ୍ବଳ୍ପ ସଞ୍ଚୟ ଉପରେ ସୁଧହାର ମଧ୍ୟ ଅପରିବର୍ତ୍ତିତ ରହିବ।
Interest rates of small savings schemes of GoI shall continue to be at the rates which existed in the last quarter of 2020-2021, ie, rates that prevailed as of March 2021.
Orders issued by oversight shall be withdrawn. @FinMinIndia @PIB_India— Nirmala Sitharaman (@nsitharaman) April 1, 2021
ଏଣିକି ପୂର୍ବଭଳି PPF ସୁଧହାର ବାର୍ଷିକ ୭.୧%, NCS ସୁଧହାର ୬.୮%, ସୁକନ୍ୟା ସମୃଦ୍ଧି ଯୋଜନା ସୁଧହାର ୭.୫%, ସେଭିଙ୍ଗ ଡିପୋଜିଟ୍ ୪% ରହିବ। ଅନ୍ୟପକ୍ଷରେ ବରିଷ୍ଠ ନାଗରିକଙ୍କ ପାଇଁ ସୁଧହାର ପୂର୍ବଭଳି ୭.୪ ପ୍ରତିଶତ ରହିବ । ଗତକାଲି ସ୍ୱଳ୍ପ ସଞ୍ଚୟ ଉପରେ ସୁଧହାର ହ୍ରାସ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।
Comments are closed.