Odisha Link
Bridging the Missing Links in Odisha

ଅଶାନ୍ତ ଆମେରିକାର ରାଜଧାନୀ, ହିଂସା ପରେ ଲାଗିଲା ଲକ୍‌ଡାଉନ୍

୨ ପୁଲିସ୍‌ଙ୍କ ଉପରେ ଗାଡ଼ି ଚଢ଼ାଉଦେଲେ ଯୁବକ

ଓ୍ବାଶିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ ଓ୍ବାଶିଂଟନ୍‌ ଡିସି ଅଶାନ୍ତ। ପୁଣିଥରେ ରକ୍ତରଞ୍ଜିତ ହୋଇ ଉଠିିଛି ରାଜଧାନୀ। ଅଚାନକ ଏକ ସନ୍ଦେଜନକ କାର ଆସି ୨ ଜଣ ପୁଲିସ କର୍ମଚାରୀଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ହେବା ସହିତ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଯାହାଫଳରେ ଅଶାନ୍ତ ହୋଇଛି ରାଜଧାନୀ। ଯାହାକୁ ନଜରରେ ରଖି ଓ୍ବାଶିଂଟନ୍‌ ଡିସିରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।

ପୁଲିସ୍‌ କର୍ମଚାରୀଙ୍କୁ ଆକ୍ରମଣ ପରେ କ୍ୟାପିଟଲ କ୍ୟାମ୍ପସ ବ୍ୟାରିକେଟ ନିକଟରେ ପୁଲିସ ଗୁଳି ଚାଳନା କରିଥିଲେ । ଏଥିରେ ଜଣେ ସନ୍ଦିଗ୍ଧଙ୍କ ଦେହରେ ଗୁଳି ବାଜିଛି । ଶୁକ୍ରବାର ଗୁଳିଚାଳନା ପରେ କ୍ୟାପିଟଲକୁ ବନ୍ଦ ରଖାଯାଇଛି । କାର ଡ୍ରାଇଭର ଜୋରଜବରଦସ୍ତ ସାଂସଦ ଭିତରକୁ ପ୍ରବେଶ କରିବାକୁ ଯାଇ ସୁରକ୍ଷା କର୍ମୀଙ୍କ ଗୁଳିରେ ଆହତ ହୋଇଛନ୍ତି । ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments are closed.