Odisha Link
Bridging the Missing Links in Odisha

ଏହି ଜିଲ୍ଲାରେ ମାଇକ୍ରୋ କଣ୍ଟେନମେଣ୍ଟ ଲାଗୁ

ଫୁଲବାଣୀ: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନ। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି।ଏହାରି ମଧ୍ୟରେ ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ୨ ନମ୍ବର ୱାର୍ଡ ଡାକପାଳର ସ୍କୁଲ ସାହି ଓ ୫ ନମ୍ବର ୱାର୍ଡର ୫ଟି ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ଜଣାପଡିଛି ।

ଡାକପାଲିର ସ୍କୁଲ ସାହିରୁ ୮ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ସେହିପରି ୫ ନମ୍ବର ୱାର୍ଡର ଗୋଟିଏ ଘରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ଫୁଲବାଣୀ ଜିଲ୍ଲାପାଳ ।

ଅନ୍ୟପଟେ ଆଜି ରାଜ୍ୟରେ ପୁଣି ୪୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୬୭ ଓ ସ୍ଥାନୀୟ ଅଞ୍ଚଳରୁ ୧୮୫ ଜଣ ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୨୨୪ରେ ପହଞ୍ଚିଛି।

Comments are closed.