ସ୍ବର୍ଣ୍ଣ ପଦକ ପାଇଲେ ଯଜ୍ଞଜ୍ୟୋତି
ଭୁବନେଶ୍ୱର: ଉତ୍କଳ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ଅମିତ କଲେଜର ସାମ୍ବାଦିକତା ବିଭାଗର ଛାତ୍ର ଯଜ୍ଞଜ୍ୟୋତି ବେହେରା ୨0୧୮-୨0୨0 ଶେଷ ବର୍ଷର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଉତ୍ସବର ଉଦଘାଟନ କରିବା ପରେ ରାଜ୍ୟ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଠାରୁ ସମାବର୍ତ୍ତନ ମଞ୍ଚରେ ସ୍ବର୍ଣ୍ଣ ପଦକ, ମାନପତ୍ର ଗ୍ରହଣ କରିଛନ୍ତି। ଯଜ୍ଞଜ୍ୟୋତି ବେହେରା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଶ୍ରୀ ନିକୁଞ୍ଜ କୁମାର ବେହେରାଙ୍କର ଏକ ମାତ୍ର ପୁତ୍ର ଅଟନ୍ତି।
ଯଜ୍ଞଜ୍ୟୋତି ବେହେରାଙ୍କ ପୂର୍ବରୁ ଭୁବନେଶ୍ୱର ସ୍ଥିତ ଅମିତ କଲେଜର ସାମ୍ବାଦିକତା ବିଭାଗରୁ ଗତ ୧୫ ବର୍ଷ ମଧ୍ୟରେ ଆହୁରି ୫ ଜଣ ବିଶ୍ୱ ବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରି କଲେଜ ପାଇଁ ସୁନାମ ଆଣିଛନ୍ତି। ଯଜ୍ଞଜ୍ୟୋତିଙ୍କର ଏହି ସଫଳତା ପାଇଁ ଅମିତ କଲେଜର ଅଧ୍ୟକ୍ଷ ଶ୍ରୀ ଅଧୀପ ନାରାୟଣ ମହାନ୍ତି, ନିର୍ଦ୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି, ବିଭାଗ ମୁଖ୍ୟ ଡ଼ଃ ଶରତ କୁମାର ନାୟକ,ବିଭାଗୀୟ ଅଧ୍ୟାପକ,ଛାତ୍ରଛାତ୍ରୀ ଏବଂ ବିଭାଗର ସମସ୍ତ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Comments are closed.