ଶେଷ ହେଲା ବିଧାନସଭା ବଜେଟ୍ ଅଧିବେଶନ
ଭୁବନେଶ୍ବର: ଆଜି ବିଧାନସଭାର ବଜେଟ୍ ଅଧିବେଶନ ଶେଷ ହୋଇଛି। ୫ଟି କାର୍ଯ୍ୟଦିବସ ପୂର୍ବରୁ ଆଜି ବିଧାନସଭା ବଜେଟ୍ ଅଧିବେଶନକୁ ଶେଷ କରିଦିଆଯାଇଛି । ତେବେ ଏହି ଅଧିବେଶନରେ ମୋଟ ୨୬ଟି ବୈଠକ ବସିଥିଲା। ଯେଉଁଥିରେ ସମୁଦାୟ ୯ଟି ବିଲ୍ ପାରିତ ହୋଇଥିଲା।
Related Posts
ଏଥିସହିତ ଏହି ଅଧିବେଶନରେ ଉଭୟ ଶାସକ ଓ ବିରୋଧୀଙ୍କ ହଙ୍ଗାମା ଦେଖିଥିଲା ବିଧାନସଭା। ବିଧାୟକଙ୍କ ସାନିଟାଇଜର ପିଇବା ପ୍ରସଙ୍ଗ, ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଗୃହ କମ୍ପିଥିଲା । ଚଳିତ ଅଧିବେଶନରେ ଗୃହରେ ତମାମ ଗୁରୁତ୍ୱପୂଣ୍ଣ ବିଲ୍ ମଧ୍ୟ ଆସିଥିଲା।
ଚଳିତ ଆର୍ଥିକ ବର୍ଷର ବଜେଟ୍ ସହ ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ୍, ସମିତି ପଞ୍ଜୀକରଣ ସଂଶୋଧନ ବିଲ୍, ବ୍ୟୟ ମଞ୍ଜୁରୀ ବିଲ୍ ଭଳି ୯ଟି ଗୁରୁତ୍ୱପୂର୍ଣ୍ଣ ବିଧାନସଭାରେ ପାରିତ ହୋଇଥିଲା।
Comments are closed.