ହିତାଧିକାରୀଙ୍କୁ ଅଗଷ୍ଟ ମାସରୁ ମିଳିବ ୨ଲିଟର କିରାସିନି

ଭୁବନେଶ୍ୱର : ଅଗଷ୍ଟ ମାସରୁ ପ୍ରତି ପରିବାରକୁ ୨ଲିଟର ଲେଖାଏଁ କିରାସିନି ମିଳିବ । ପୂର୍ବରୁ ଅଢେଇ ଲିଟର ମିଳୁଥିବାବେଳେ ଏବେ ୨ଲିଟର ମିଳିବ । ବୁଧବାର ବିଧାନସଭାରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର କୋଟା ହ୍ରାସ କରିଥିବାରୁ ପରିବାର ପିଛା କିରାସିନିର ପରିମାଣ କମାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଜୁଲାଇ ୨୦୧୯ ସୁଦ୍ଧା ମାସିକ ୨୦,୭୦୦ କିଲୋଲିଟର କିରାସିନି କେନ୍ଦ୍ର ସରକାର ଦେଉଥିଲେ । ଏବେ ବାର୍ଷିକ କୋଟା ହିସାବରେ ୧୬,୩୮୪ କିଲୋଲିଟର ହ୍ରାସ ପାଇଛି । ହିସାବକୁ ନେଲେ ୧.୮୯ ଲିଟର ପଢୁଛି । କିନ୍ତୁ ସରକାର ୨ ଲିଟର କିରାସିନି ଦେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ପୂର୍ବରୁ କିରାସିନି ପ୍ରସଙ୍ଗକୁ ନେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଧାନସଭାରେ ଜିଲ୍ଲାପାଳମାନଙ୍କ ଉପରେ ବର୍ଷିଥିଲେ । ଜିଲ୍ଲାପାଳମାନେ କିରାସିନି ଆବଶ୍ୟକତା ତାଲିକା ଦେଉନଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ଶ୍ରୀ ସ୍ୱାଇଁ କହିଥିଲେ ଯେ, ଅଣରିହାତି କିରାସିନି ଆବଶ୍ୟକତା ପରିମାଣ ସମ୍ପର୍କରେ ଜିଲ୍ଲାପାଳମାନେ ଜଣାଉନାହାନ୍ତି । ଏନେଇ ଦୁଇ ଥର ରିମାଇଣ୍ଡର ପଠାଇଲେ ପରେ ବି ଜିଲ୍ଲାପାଳମାନେ କୌଣସି ଉତ୍ତର ଦେଉନାହାନ୍ତି । ଚାହିଦା ଜାଣିଲେ ସରକାର କିରାସିନି ଯୋଗାଇବେ । ତେବେ ଜିଲ୍ଲାପାଳମାନେ କିରାସିନି ଆବଶ୍ୟକତା ତାଲିକା ଦେଉନଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
Comments are closed.