ପିପିଲି ଉପନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ
![](https://www.odishalink.com/wp-content/uploads/2019/10/Naveen-Patnaik.jpg)
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଏବେ ଜମୁଛି ପ୍ରଚାର ମୈଦାନ। ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇବେ। ଏନେଇ ସୂଚନା ଦେଇଛନ୍ତି ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ।
ପିପିଲି ଉପନିର୍ବାଚନ ନେଇ ଆଜି ପ୍ରତାପ ଦେବଙ୍କ ଘରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେବେ ନବୀନ ପଟ୍ଟନାୟକ ପିପିଲି ପ୍ରଚାରରେ ଯିବେ ବୋଲି ବୈଠକ ପରେ ପ୍ରତାପ ଦେବ ସୂଚନା ଦେଇଛନ୍ତି।
ପିପିଲି ଉପନିର୍ବାଚନ ପାଇଁ ବିଜେଡି ୩୦ ଜଣିଆ ତାରକା ପ୍ରଚାରକ ତାଲିକା ପ୍ରକାଶ କରିଥିଲା । ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପଙ୍କ ପାଇଁ ଭର୍ଚୁଆଲ ବ୍ୟବସ୍ଥାରେ ପ୍ରଚାର କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା।
Comments are closed.