Odisha Link
Bridging the Missing Links in Odisha

ଆର୍ମଡ ଡିସିପିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ପୁଲିସ କମିଶନର

ଭୁବନେଶ୍ୱର: ଆର୍ମଡ ଡିସିପିଙ୍କ ନାମରେ ତଦନ୍ତ ନିର୍ଦ୍ଦେଶ ଦେଲେ ପୁଲିସ କମିଶନର। ଜଣେ ସିପାହୀଙ୍କ ପତ୍ନୀ ଆଣିଥିବା ସଂଗୀନ ଅଭିଯୋଗର ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ। ଅତିରିକ୍ତ ସିପି ରେଖା ଲେଶହାନୀ ଏହି ଘଟଣାର ତଦନ୍ତ କରିବେ ବୋଲି ଜଣାଯାଇଛି।

ସୂଚନା ଯୋଗ୍ୟ, ଯୁବତୀ ନ ଯୋଗାଇଲେ ଚାକିରି ନେଇଯିବି। ନହେଲେ ବଦଳି କରିଦେବି। ଜଣେ ଆର୍ମଡ ଡିସିପି ଏଭଳି କହିଥିବା ଭଳି ଏକ ସଂଗୀନ ଅଭିଯୋଗ ହୋଇଥିଲା। ଡିସିପିଙ୍କ ନାମରେ ଜଣେ ସିପାହୀଙ୍କ ପତ୍ନୀ ପୁଲିସ କମିଶନରଙ୍କ ନିକଟରେ ଏଭଳି ଅଭିଯୋଗ ଆଣିଥିଲେ।

ତାଙ୍କ ସ୍ୱାମୀଙ୍କୁ ଆର୍ମଡ ଡିସିପି ଯୁବତୀ ଯୋଗାଇବାକୁ ବାଧ୍ୟ କରୁଥିବା ସିପାହୀଙ୍କ ପତ୍ନୀ ଅଭିଯୋଗ କରିଥିଲେ। ଯୁବତୀ ନଯୋଗାଇଲେ ଚାକିରି ନେବା ସହ ଟ୍ରାନ୍ସଫର ଧମକ ଦେଇଥିବା ଅଭିଯୋଗ କରିଥିଲେ। ଏହି ଚାପରେ ପଡ଼ି ତାଙ୍କ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସିପାହୀଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ଏଭଳି ଅଭିଯୋଗକୁ ଆର୍ମଡ ଡିସିପି ବିଜୟ ସାହୁ ଖଣ୍ଡନ କରିଥିଲେ। ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ଶ୍ରୀ ସାହୁ କହିଥିଲେ। ସ୍ୱାମୀଙ୍କ ବଦଳି ଏଡ଼ାଇବାକୁ ତାଙ୍କ ପତ୍ନୀ ଏଭଳି ମିଥ୍ୟା ଅଭିଯୋଗ କରିଛନ୍ତି ବୋଲି କହି ବରିଷ୍ଠ ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବାକୁ ଶ୍ରୀ ସାହୁ ଅନୁରୋଧ କରିଥିଲେ। ତଦନ୍ତରୁ ପ୍ରକୃତ କଥା ଜଣାପଡ଼ିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.