ବଡ଼ମ୍ବାରେ ଗୋଷ୍ଠୀ ସଂଘର୍ଷ, ଦୁଇ ମୃତ

ଆଠଗଡ଼: ବଡମ୍ବା ବ୍ଲକ ଭଗତପୁର ଓ ବୁଢ଼ାପଙ୍କ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ବୋମା ମାଡ଼ ଓ ଗୁଳିମାଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗାଁ ପାଖ ମୁଣ୍ଡିଆ ଜମିକୁ ନେଇ ଦୁଇ ଗାଁରେ ବିବାଦ ଲାଗିରହିଥିଲା। ଦୀର୍ଘଦିନ ଧରି ଏ ବିବାଦ ନତୁଟିବା ଯୋଗୁଁ ଏହା ଉଗ୍ର ରୂପ ନେଇଥିଲା।
ଭଗତପୁର ଓ ବୁଢ଼ାପଙ୍କ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ହୋଇଥିଲା। ବୋମା ମାଡ଼ ଓ ଗୁଳି ମାଡ଼ ହୋଇ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତ ମାନଙ୍କୁ ପ୍ରଥମେ ମାଣିଆବନ୍ଧରେ ଚିକିତ୍ସା କରାଇବା ସହ ସେମାନଙ୍କୁ କଟକ ମଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ମୃତକ ହେଲେ ଭଗତପୁର ଗାଁର ଅଶ୍ୱିନୀ ପାଳ ଓ ପବିତ୍ର ଆରୁଖ। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ରାଜପଥ ୬୫ ନମ୍ବର ଜାତୀୟ ରାଜପଥ କଟକ ନରସିଂହପୁର ରାସ୍ତାର ଅଭିମାନପୁର ଛକନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରାଯାଇଇଛି। ଉଭୟ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି। ଏବେ ଭାଗବତପୁର ଗାଁରେ ଶାନ୍ତି କମିଟି ବୈଠକ ବସିଛି।