Odisha Link
Bridging the Missing Links in Odisha

ରାଜ୍ୟରେ ଟିକା ସଙ୍କଟ, ୪୦୦ କେନ୍ଦ୍ର ବନ୍ଦ

ଭୁବନେଶ୍ୱର: ପୁଣି ନିଜର କାୟା ବିସ୍ତାର କଲାଣି ମହାମାରୀ କରୋନା। କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି। ରାଜ୍ୟରେ ମଦ୍ୟ କରୋନା ଗ୍ରାଫ୍‌ ଉପରମୁହାଁ। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏଥିସହ ରାଜ୍ୟରେ ଦେଖା ଦେଇଛି ଟିକା ସଙ୍କଟ।

ଟିକା ଅଭାବରୁ ରାଜ୍ୟରେ ବାଧାପ୍ରାପ୍ତ ହୋଇଛି ଟିକାକରଣ କାର୍ଯ୍ୟକ୍ରମ। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ୨ ଦିନ ଭିତରେ ଟିକା ନଆସିଲେ ଧାର୍ଯ୍ୟ ଲକ୍ଷ୍ୟ ପ୍ରାପ୍ତ ହେବନି। ଟିକା ଅଭାବ ଯୋଗୁ ରାଜ୍ୟରେ ୪ ଶହ ଟିକା କେନ୍ଦ୍ର ବନ୍ଦ ହେଲାଣି।

ଏବେ ୧୧୦୩ କେନ୍ଦ୍ରରେ ଟିକାକରଣ ଚାଲିଛି। ଏବେ ମାତ୍ର ୧ ଲକ୍ଷ ୮୫ ଟିକା କୋଲ୍ଡ ଚେନ୍ ପଏଣ୍ଟରେ ରହିଛି। ତେବେ ପର୍ଯ୍ୟାପ୍ତ ପରିମାଣର ଟିକା ପଠାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଦିଆଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

Leave A Reply

Your email address will not be published.