ରାଜ୍ୟରେ ଟିକା ସଙ୍କଟ, ୭୦୦ କେନ୍ଦ୍ର ବନ୍ଦ
ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାର ଅଭାବ। କୋଭିଡ ଟିକା ମହଜୁଦ ନଥିବାରୁ ଟିକାକରଣରେ ବାଧାପ୍ରାପ୍ତ ହେଲାଣି। ରାଜ୍ୟର ପ୍ରାୟ ୭ଶହ ଟିକାଦାନ କେନ୍ଦ୍ର ବନ୍ଦ ହେଲାଣି। ଆଉ ୨ ଦିନ ଭିତରେ କେନ୍ଦ୍ର ଟିକା ନଦେଲେ ପୁରା ଟିକାଦାନ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବୁଧବାର ଦିନ ଆମେ ୧,୧୦,୮୮୯ ଡୋଜ ଟୀକା ଦିଆଯାଇଛି। ଆଉ ୪,୩୫,୩୨୦ ଡୋଜ କୋଭିସିଲଡ଼ ଟୀକା ରହିଛି। ୧,୧୪,୪୯୦ ଡୋଜ କୋଭାକ୍ସିଂନ ଟୀକା ଏବେ ମହଜୁଦ ଅଛି। ଆମର ଯାହା ଲକ୍ଷ୍ୟ ଧାର୍ଯ୍ୟ ଯାହା ଅଛି ତାହା ଦିନ ଭିତରେ ଟିକା ସରିଯିବ। ୧୦ ଦିନ ପାଇଁ ୨୫ ଲକ୍ଷ ଟିକାର ଆବଶ୍ୟକତା ରହିଛି।
ଏଥିସହ ବୁଧବାର ଦିନ ୭୦୦ଟି ଟିକା କରଣ କେନ୍ଦ୍ର ବନ୍ଦ ହେଇଯାଇଛି। କୋରାପୁଟ ଜିଲ୍ଲାରେ ଗତକାଲି ଟୀକାକରଣ ସମ୍ପୂର୍ଣ ବନ୍ଦ ଥିଲ। ସରକାରୀ ଓ ବେସରକାରୀ ସମସ୍ତ ଜାଗାରେ ୧୧ ତାରିଖଠୁ କାର୍ଯ୍ୟସ୍ଥଳୀରେ ଭ୍ୟାକ୍ସିଂନେସନ ସେଣ୍ଟର କରିବାକୁ କେନ୍ଦ୍ରର ନିର୍ଦେଶ ରହିଛି। ଏଥିଲାଗି ଜିଲ୍ଲା ଟାସ୍କଫୋର୍ସ ଓ ମହାନଗର ନିଗମ କମିଶନରଙ୍କ ଅନୁମତି ନେବାକୁ ପଡିବ। ବର୍ତ୍ତମାନ ସୁଦ୍ଧା ୩୮,୫୨,୨୦୬ ଟିକାକରଣ ରାଜ୍ୟରେ ହୋଇଛି।