ବନ୍ଦ ହେବ ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲ : ପିଜି କାଉନସିଲ ଅଧ୍ୟକ୍ଷ
ପ୍ରଥମେ ଜୀବନ ତା'ପରେ ଶିକ୍ଷା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି କରୋନା ସ୍ଥିତି। ଯାହାକୁ ନଜରରେ ରଖି ବିଏମସି ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଯାହାକୁ ବିରୋଧ କରି ଆଜି ପୂର୍ବାହ୍ନରେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ଓ ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ।
ପିଜି କାଉନସିଲ ଅଧ୍ୟକ୍ଷ କହିଛନ୍ତି ଯେ, ସରକାରଙ୍କ ନିଷ୍ପତ୍ତି ପାଳନ କରାଯିବ। ହଷ୍ଟେଲ ବନ୍ଦ ନେଇ ସରକାରଙ୍କ ନିଷ୍ପତ୍ତିକୁ ପାଳନ କରାଯିବ। ପ୍ରଥମେ ଜୀବନ ତା’ପରେ ଶିକ୍ଷା ବୋଲି ପିଜି କାଉନସିଲ ଅଧ୍ୟକ୍ଷ କହିଛନ୍ତି।
ସୂଚନାଥାଉକି, ହଷ୍ଟେଲରେ ସଂକ୍ରମଣ ବ୍ୟାପିବାକୁ ଏଡ଼ାଇବା ନେଇ ବିଏମସି ପକ୍ଷରୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା। ଆସନ୍ତା ୧୨ ସୁଦ୍ଧା ୪ର୍ଥ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୧୬ ତାରିଖ ସୁଦ୍ଧା ପ୍ରଥମ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।