ଏବେ ବନ୍ଦ ହେବନି ବାଣୀବିହାର ହଷ୍ଟେଲ
ଭୁବନେଶ୍ୱର: ଏବେ ବନ୍ଦ ହେବନି ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ। ହଷ୍ଟେଲ ଖୋଲା ରହିବା ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ବାଣୀବିହାର ହଷ୍ଟେଲ ବନ୍ଦ ହେବ ନାହିଁ।
ଆଗକୁ କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। ୧୨ ଓ ୧୬ ତାରିଖରେ ହଷ୍ଟେଲ ଛାଡିବା ପାଇଁ ନିର୍ଦ୍ଦେଶ ଥିଲା। ନିଷ୍ପତ୍ତିକୁ ବିରୋଧ କରି ଧାରଣା ଦେଇଥିଲେ ଛାତ୍ରଛାତ୍ରୀ।
ପ୍ରକାଶ ଯେ, ହଷ୍ଟେଲ ବନ୍ଦକୁ ବିରୋଧ କରି ଉତ୍କକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ସେମାନେ ବିକ୍ଷୋଭ କରିବା ସହ ଏନଏଚ ଅବରୋଧ କରିଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ହଷ୍ଟେଲ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା।
ବିଏମସି ନିର୍ଦ୍ଦେଶେର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବନ୍ଦ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନେ୍ଦାଳନ କରିଥିଲେ। ହଷ୍ଟେଲରେ ସଂକ୍ରମଣ ବ୍ୟାପିବାକୁ ଏଡ଼ାଇବା ନେଇ ବିଏମସି ପକ୍ଷରୁ ବନ୍ଦ ନିଦେ୍ର୍ଧଶ ଦିଆଯାଇଥିଲା।