୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି: ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ କରୋନା ଯୋଗୁଁ ଶିକ୍ଷା ବ୍ୟବସ୍ଥା ଉପରେ ବିଶେଷ ପ୍ରଭାବ ଦେଖିବାକୁ ମିଳୁଛି । ନବମ ଶ୍ରେଣୀ ପରୀକ୍ଷା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏନେଇ ବଡ଼ ଖବର ଆସିଛି। ଆସନ୍ତା ୩୦ ତାରିଖ ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
Related Posts
ସ୍କୁଲ ଓ ଗଣଶିକ୍ଷା କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦିଅନ୍ତୁ ବୋଲି ରାଜ୍ୟ ସରକାର ଚାହୁଁଛନ୍ତି। ଆସନ୍ତା ୩୦ ତାରିଖ ଯାଏ ୯ମ ଶ୍ରେଣୀ ପିଲାଙ୍କ ସ୍କୁଲ ବନ୍ଦ ରହିଛି।
ପିଲାଙ୍କ ପାଠ୍ୟକ୍ରମ ପ୍ରାୟ ଅଧା ସରିଯାଇଛି, ଅଳ୍ପ କିଛି ବାକି ଅଛି। ତେଣୁ ଆସନ୍ତା ୩୦ ତାରିଖ ପରେ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।