Odisha Link
Bridging the Missing Links in Odisha

୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭାକୁ ଅପରାହ୍ଣ ୩ଟା ଯାଏଁ ମୁଲତବୀ କରାଯାଇଛି। ତିନି ତଲାକ ବିଲ ନେଇ ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟାରେ ଗୃହରେ ହୋହଲ୍ଲା ହୋଇଥିଲା। ଶ୍ରୀ ସେଠୀ ତିନ ତଲାକ ପ୍ରସଙ୍ଗକୁ ନେଇ ବିଭିନ୍ନ ମାଗାଜିନ ଓ ଗଣମାଧ୍ୟମ ରିପୋର୍ଟ ଉଦାହରଣ ଦେଇଥିଲେ। ଯାହାକୁ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟ ବିରୋଧ କରିବା ସହ ହୋହଲ୍ଲା କରିଥିଲେ। ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ।
ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୩ଟା ଯାଏଁ ମୁଲତବୀ କରିଦେଇଛନ୍ତି।

Comments are closed.