Odisha Link
Bridging the Missing Links in Odisha

ଆଜିଠୁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଆରମ୍ଭ, କଣ ରହିଛି ଫର୍ମାଟ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍। ଦିନିକିଆ ଓ ଟି-୨୦ ବିଶ୍ବକପ୍‌ ପରେ ପ୍ରଥମଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଆରମ୍ଭ ହେଉଛି। ବିଶ୍ବ ଟେଷ୍ଟ ଚାମ୍ପିଆନଶିପ୍‌ ୨୦୧୯ ଅଗଷ୍ଟ ୧ ତାରିଖରୁ ୨୦୨୧ ଏପ୍ରିଲ ୩୦ ପର୍ଯ୍ୟନ୍ତ ଖେଳାଯିବ। ଟେଷ୍ଟ କ୍ରିକେଟର ଟପ୍‌ ୯ଟି ଦଳ ଏହି ଚାମ୍ପିଅନସିପରେ ଖେଳିବେ। ଏହି ଦୁଇ ବର୍ଷ ମଧ୍ୟରେ ଯେଉଁ ୨ଟି ଦଳ ଟପରେ ରହିବେ ସେହି ୨ ଦଳ ମଧ୍ୟରେ ୨୦୨୧ ମସିହାରେ ବିଶ୍ବ ଟେଷ୍ଟ ଚାମ୍ପିଆନସିପ୍‌ ଫାଇନାଲ ମ୍ୟାଚ ଖେଳାଯିବ।

କେଉଁ ଦଳ ଟେଷ୍ଟ ବିଶ୍ବକପରେ ସାମିଲ ହୋଇଛନ୍ତି:
୨୭ ଟି ସରିଜ୍‌ ଦ୍ବାରା ମୋଟ୍‌ ୭୧ଟି ମ୍ୟାଚ୍‌ ଖେଳାଯିବ ଟେଷ୍ଟ ବିଶ୍ବକପରେ। ଏହି ବିଶ୍ବକପରେ ମୋଟ ୯ଟି ଦଳ ଭାଗ ନେଇଛନ୍ତି। ୨୦୧୮ ମସିହା ମାର୍ଚ୍ଚ ୩୧ ତାରିଖ ଆଇସିସ ଟେଷ୍ଟ ର‍୍ୟାକିଙ୍ଗ୍‌ ଅନୁସାରେ ଟପ୍‌ ୯ରେ ଥିବା ଦଳ ଗୁଡ଼ିକ ଏହି ଟେଷ୍ଟ ବିଶ୍ବକପରେ ସାମିଲ ହୋଇଛନ୍ତି। ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ପାକିସ୍ତାନ, ଓ୍ବେଷ୍ଟଇଣ୍ଡିଜ୍‌ ଓ ବାଲାଂଦେଶ ଦେଶ ଏହି ବୀଶ୍ବକପରେ ଖେଳିବେ।

ପଏଣ୍ଟ ସିଷ୍ଟମ:
ଏହି ଟେଷ୍ଟ ବିଶ୍ବକପରେ ପଏଣ୍ଟର ବ୍ୟବହାର କରାଯିବ। ଯେଉଁ ୨ ଦଳ ଅଧିକ ପଏଣ୍ଟ ହାସଲ କରିବ ସେହି ଦୁଇ ଦଳ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ। ତେବେ ଜାଣନ୍ତୁ କେମିତି ରହିବ ପଏଣ୍ଟ ସିଷ୍ଟମ। ପ୍ରତ୍ୟେକ ସିରିଜ୍‌ ମୁଖ୍ୟତଃ ୧୨୦ ପଏଣ୍ଟ ବିଶିଷ୍ଟ ଅଟେ। ୨ଟିକିଆ ସିରିଜ୍‌ରେ ବିଜୟୀ ଦଳକୁ ୬୦ ପଏଣ୍ଟ ମିଳିବାକୁ ଥିବାବେଳେ ୫ଟିକିଆ ସିରିରେ ବିଜୟୀ ଦଳକୁ ୨୪ ପଏଣ୍ଟ ମିଳିବ। ଯଦି ଟାଇ ହୁଏ ତେବେ ବିଜୟୀ ହେଲେ ପାଇବାକୁ ଥିବା ପଏଣ୍ଟର ଅଧା ମିଳିବ। ଯଦି ମ୍ୟାଚ୍‌ ଡ୍ର ହୁଏ ତେବେ ବିଜୟୀ ହେଲେ ଯେତିକି ପଏଣ୍ଟ ମିଳିଥାଏ ତାର ଏକ ତୃତୀୟାଂଶ ପଏଣ୍ଟ ଟିମକୁ ମିଳିଥାଏ।

Comments are closed.