ଦେଶରେ କରୋନା: ଦିନକରେ ୨.୧୭ ଲକ୍ଷ ଆକ୍ରାନ୍ତ, ୧୧୮୫ ମୃତ

ଭୁବନେଶ୍ବର: ଦେଶରେ ହୁହୁ ପଢିବାରେ ଲାଗିଛି କରୋନା ସଂକ୍ରମଣ ହାର। ରେକର୍ଡ ଭାଙ୍ଗିବାରେ ଲାଗିଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨.୧୭,୩୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତବର୍ଷ କରୋନା ସଂକ୍ରମଣ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟା ସର୍ବାଧିକ ବୋଲି କୁହାଯାଇଛି।
ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ୧,୧୮୫ ଜଣ ପ୍ରାଣ ହରାଇ ଥିବା ବେଳେ ୧,୧୮,୩୦୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ କେବଳ ମହାରାଷ୍ଟ୍ରରୁ ୬୧ ହଜାର ୬୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଦ୍ୱିତୀୟରେ ଉତ୍ତର ପ୍ରଦେଶ। ଗତକାଲି ଉତ୍ତରପ୍ରଦେଶରୁ ୨୨,୩୩୯ ଜଣ ସଂକ୍ରମିତ ହୋଇଥିବା ବେଳେ ଦିଲ୍ଲୀରୁ ୧୬,୬୯୯, ଛତିଶଗଡରୁ ୧୫,୨୫, କର୍ଣ୍ଣାଟକରୁ ୧୪,୭୩୮, ମଧ୍ୟପ୍ରଦେଶରୁ ୧୦,୧୬୬, ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି।