ଭୋରୁ ଭୋରୁ ଜୟପୁର ସବ୍ ଜେଲରେ ରେଡ୍
ଜେଲରେ ଗଞ୍ଜେଇ କାରବାର ଚାଲିଥିବା ନେଇ ସୂଚନା ମିଳିବା ପରେ ଏହି ଚଢଉ କରାଯାଇଥିବା ସୂଚନା

ଜୟପୁର: ଭୋରୁ ଭୋରୁ ଜୟପୁର ସବ୍ ଜେଲରେ ପୁଲିସର ଚଢ଼ାଉ। କୋରାପୁଟ ଏସପିଙ୍କ ନେତୃ୍ତ୍ବରେ ଏକ ପୁଲିସ୍ ଟିମ୍ ଭୋର୍ ୪ଟାରେ ଚଢ଼ାଉ କରିଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ରବିବାର ଭୋର୍ ୪ଟା ବେଳେ ଏସପିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ସବ୍ ଜେଲରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ବୋରିଗୁମ୍ମା ଏସଡିପିଓଙ୍କ ସମେତ ଅନ୍ୟ ଥାନାର ଆଇଆଇସି ମଧ୍ୟ ଉପସ୍ଥିତ ଥିଲେ।
ଏହାସହ ଜୟପୁର ଉପ ଜିଲ୍ଲାପାଳ ମଧ୍ୟ ଚଢ଼ାଉ ବେଳେ ଉପସ୍ଥିତ ଥିଲେ। ତେବେ ଜେଲରେ ଗଞ୍ଜେଇ କାରବାର ଚାଲିଥିବା ନେଇ ସୂଚନା ମିଳିବା ପରେ ଏହି ଚଢ଼ାଉ କରାଯାଇଥିବା ସୂଚନା ରହିଛି।