Odisha Link
Bridging the Missing Links in Odisha

ଜର୍ଜ ଫ୍ଲୋଏଡ ମୃତ୍ୟୁ ମାମଲା, ଡେରେକ ଚୌଭିନ ଦୋଷୀ ସାବ୍ୟସ୍ତ

ଓ୍ୱାଶିଂଟନ: ଆମେରିକାରେ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କ ହତ୍ୟା ଘଟଣାରେ ପୂର୍ବତନ ମିନେପଲିସ୍ ପୁଲିସ ଅଫିସର ଡେରେକ ଚୌଭିନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତାକାଲି ଦଣ୍ଡାଦେଶ ଘୋଷଣା କରାଯିବ। ୪୫ ବର୍ଷୀୟ ଡେରେକ ଚୌଭିନଙ୍କୁ ତିନିଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାର ଶୁଣାଣି ବେଳେ ୧୨ ଜଣ ବିଚାରପତି ଉପସ୍ଥିତ ଥିଲେ।

ପୁଲିସ ଅଫିସର ଡେରେକ ଚୌଭିନ ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍। ସେ ଟ୍ୱିଟ୍ କରି କହିଛନ୍ତି, ଏହି ଶୁଣାଣି ପରେ ଜର୍ଜ ଆମ ନିକଟକୁ ଫେରି ଆସିବେ ନାହିଁ। ଜର୍ଜ ମୃତ୍ୟୁ ପୂର୍ବରୁ କହିଥିବା ଉକ୍ତିକୁ ଅଣଦେଖା କରାଯିବ ନାହିଁ କୌଣସି ପରିସ୍ଥିତିରେ ତାଙ୍କ ଉକ୍ତିକୁ ମରିବାକୁ ଦିଆଯିବ ନାହିଁ।

ଜର୍ଜ ଫ୍ଲୋଏଡ ମୃତ୍ୟୁ ପୂର୍ବରୁ ସେ ଶ୍ୱାସ ନେବାରେ କଷ୍ଟ ହେଉଥିବା ବାରମ୍ବାର କହିଥିଲେ। ମିନେପଲିସ ପୁଲିସ ଅଫିସର ଡେରେକ ଚୌଭିନ ଜର୍ଜ ଫ୍ଲଏଡଙ୍କ ବେକକୁ ଆଣ୍ଠୁରେ ଚାପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଆମେରିକାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ହଜାର ହଜାର ଲୋକ ଫ୍ଲଏଡଙ୍କୁ ନ୍ୟାୟ ଦେବାକୁ ରାସ୍ତାକୁ ଓହ୍ଲାଇଥିଲେ।

ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ଟ୍ୱିଟ୍ କରି କହିଛନ୍ତି, ବିଚାରପତି ନ୍ୟାୟ ପ୍ରଦାନ କରିଛନ୍ତି। ହେଲେ ଦୋଷୀଙ୍କୁ ଅଧିକରୁ ଅଧିକ ଦଣ୍ଡିତ କରି ନ୍ୟାୟ ଦେବାକୁ ନିବେଦନ କରିଛନ୍ତି ବାରାକ। ସେ ଓ ତାଙ୍କ ମିଚେଲ ଓବାମା କହିଛନ୍ତି ଫ୍ଲୋଏଡଙ୍କ ପରିବାର ସହିତ ତାଙ୍କର ସମବେଦନା ରହିଛି।

Leave A Reply

Your email address will not be published.