Odisha Link
Bridging the Missing Links in Odisha

୧୨ ବର୍ଷର ଭାଣିଜୀକୁ ପାଖରେ ରଖି ୩ ଛୁଆର ବାପା ହେଲା ପିଶାଚ ମାମୁଁ

ଭୁବନେଶ୍ବର: ୧୨ ବର୍ଷର ଭାଣିଜୀକୁ ଲିଭ୍‌-ଇନ୍‌ରେ ରଖି ୩ ଛୁଆର ବାପା ହେଲା ପିଶାଚ ମାମୁଁ। ଏଥିସହ ଅକଥନୀୟ ନିର୍ଯାତନା ଦେଇଛି ସଇତାନ ମାମୁ।  ୧୫ ବର୍ଷ ଲିଭ୍‌-ଇନ୍‌ ପରେ ଦାଣ୍ଡକୁ ଟାଣି ଲଙ୍ଗଳାମୁକୁଳା କରି ପିଟିବା ସମୟରେ। ପୀଡ଼ିତାକୁ ଉଦ୍ଧାର କରିଛି ଏକ ସଂଗଠନ।

ଏବେ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତା। ମାମୁ ତାଙ୍କୁ ଅପହରଣ କରିନେବ ବୋଲି ଧମକ ଦେଇଥିବାରୁ ସେ ପୁଲିସ ସୁରକ୍ଷା ଲୋଡ଼ିଛନ୍ତି। ଏଭଳି ଏକ ଘୃଣ୍ୟ ତଥା ଲଜ୍ଜାଜନକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବର ସ୍ଥିିତ ବାଲିପାଟଣା ଅଞ୍ଚଳରେ। ଆଜି ରାଜଧାନୀସ୍ଥିତ ଏକ ସାମ୍ବାଦିକ ସମ୍ମିଳନୀରେ ପୀଡ଼ିତା ଭାଣିଜୀ ଜଣକ ସମ୍ପର୍କୀୟ ମାମୁର ବର୍ବର କାଣ୍ଡ ସମ୍ପର୍କରେ କହିଛନ୍ତି।

ସୂଚନା ମୁତାବକ, ପୀଡ଼ିତାଙ୍କୁ ୧୪ ବର୍ଷ ବୟସରେ ସମ୍ପର୍କୀୟ ମାମୁର ଲୋଲୁପ ଦୃଷ୍ଟି ପକାଇ ଶାରୀରିକ ସମ୍ପର୍କ ରଖିଥିଲା ଓ ଗର୍ଭବତୀ କରିଥିଲା। ଏଥି ସହ ଦୁଇ ଦୁଇ ଥର ଗର୍ଭପାତ କରାଇଥିଲା। ଏହା ପରେ ପରିବାର ଲୋକେ ଲୋକଲଜ୍ଜାକୁ ଡରି ମାମୁ ହାତରେ ଝିଅକୁ ଟେକି ଦେଇଥିଲେ। ପରେ ବିନା ବିବାହରେ ପୀଡ଼ିତା ମାମୁ ଘରେ ଲିଭ୍‌-ଇନ୍‌ରେ ରହିଥିଲେ।

ଏହା ଭିତରେ ୧୫ ବର୍ଷ ବତିଲା ପରେ ପୀଡ଼ିତା ୩ଟି ସନ୍ତାନ ଜନ୍ମ ଦେଇଥିଲେ। ଏଥିସହ ମାମୁ ଛୋଟ କଥାରେ ବାଡ଼ାପିଟା କରିବା ସହ ଅକଥନୀୟ ଅତ୍ୟାଚାର କରୁଥିଲା। ଗତ ନଭେମ୍ବର ମାସରେ ପୀଡ଼ିତାକୁ ଲଙ୍ଗଳା କରି ପୁରୀ ବଳିଆପଣ୍ଡା ଦାଣ୍ଡରେ ପିଟୁଥିବା ସମୟରେ ଭୁବନେଶ୍ବରର ବିଶ୍ବ ମାନବାଧିକାର ସଂଗଠନର ସଦସ୍ୟା ଡ. ଇପ୍‌ସିତା ଦାଶ ଉଦ୍ଧାର କରି ଆଶ୍ରୟ ଦେଇଥିଲେ।

 

 

 

 

 

 

 

 

 

 

 

 

Leave A Reply

Your email address will not be published.