ବିବାହର ୨୫ ଦିନ ପରେ ବିଧବା କଲା କରୋନା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ସବୁ ଆଡ଼େ ସଂକ୍ରମଣର ଭୟ। କେତେବେଳେ ରୋଗୀର ଅକ୍ସିଜେନ ଅଭାବରୁ ପ୍ରାଣ ଚାଲି ଯାଉଛି ତ ପୁଣି କେତେବେଳେ ଡାକ୍ତରଖାନାରେ ଅବହେଳା ପାଇଁ ଜୀବନ ଯାଉଛି। ଏହାରି ଭିତରେ ଆସିଛି ଆଉ ଏକ ବଡ଼ ଦୁଃଖଦ ଖବର ୩୧ ବର୍ଷ ବୟସ୍କ ଯୁବକ। ୨୫ଦିନ ତେଳ ବିବାହ କରିଥିଲେ। ସ୍ତ୍ରୀ ସୀମନ୍ତରେ ପିନ୍ଧାଇଥିଲେ ସିନ୍ଦୂର। ଦେଖାଇଥିଲେ ଅସୁମାରି ସ୍ବପ୍ନ। କିନ୍ତୁ ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ତାଙ୍କର ସବୁ ସ୍ବପ୍ନକୁ ଚୂରମାର୍ କରିଦେଇଛି। ହାତରୁ ମେହେନ୍ଦି ନ ଲିଭୁଣୁ ଚୁଡ଼ି ଭାଙ୍ଗିଦେଇଛି। ୨୫ ଦିନର ସଧବା ଝିଅକୁ ବିଧବା କରିଦେଇଛି। ନାଲକୋର ଅବସରପ୍ରାପ୍ତ କର୍ମଚାରୀ ନିରଞ୍ଜନ ବେହେରାଙ୍କ ଘରେ କରୋନର ଏମିତି କରାଳ ରୂପ କେବଳ ତାଙ୍କର ପରିବାର ନୁହେ, ପୂରା କଲୋନିବାସୀ ଏବଂ ଆତ୍ମୀୟ ସ୍ବଜନଙ୍କୁ ସ୍ତବ୍ଧ କରି ଦେଇଛି।
ସୂଚନାଯୋଗ୍ୟ ଯେ, ନରିଞ୍ଜନଙ୍କ ପୁଅ ଦେବାଶିଷ ବେହେରା। ବାଙ୍କର ଚାକିରି କାଳରେ ନାଲକୋ କଲୋନିର ବି-ଟାଇପ୍ କ୍ବାର୍ଟରରେ ସପରିବାର ରହୁଥିଲେ।ନାଲକୋ ସରସ୍ବତୀ ଶିଶୁ ମନ୍ଦିରରେ ତାଙ୍କର ସ୍କୁଲ ପାଠପଢ଼ା ଆରମ୍ଭ ହୋଇଥିଲା। ପରେ ସେମାନେ ନିଜ ଜନ୍ମମାଟି କେନ୍ଦୁଝର ଜିଲ୍ଲା ଚମ୍ପୁଆକୁ ସ୍ଥାନାନ୍ତର ହୋଇଥିଲେ। ଗତ ମାର୍ଚ୍ଚ ୨୮ ତାରିଖ ଦିନ ନିରଞ୍ଜନ ତାଙ୍କ ପୁଅ ଦେବାଶିଷଙ୍କୁ କେନ୍ଦୁଝର ଭୂଷୁଗାଁର ଝିଅ ପଦ୍ମାଳୟା ସେଠୀଙ୍କ ସହିତ ବଡ଼ ଧୁମଧାମ୍ରେ ବିବାହ କରାଇଥିଲେ। ମାର୍ଚ୍ଚ ୩୧ ତାରିଖ ଦିନ ପୁଅ ବାହାଘରର ଭୋଜିଭାତ ଅୟୋଜନ ହୋଇଥିଲା। ଠିକ୍ ତା’ ପରଦିନ ଅର୍ଥାତ୍ ଏପ୍ରିଲ ପହିଲାରେ ଦେବାଶିଷ ଅନୁସ୍ଥତା ଅନୁଭବ କରିଥିଲେ। ଧୀରେ ଧୀରେ ଅସୁସ୍ଥତା ବଢ଼ିବା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା।
ତାଙ୍କ ଦେହରେ କରୋନା ଭୂତଣୁ ଚିହ୍ନଟ ହୋଇଥିଲା। ଗତ ୧୭ ତାରିଖ ଦିନ ଭୁବନେଶ୍ବରର ଏକ କୋଭିଡ୍ ହସ୍ପିଟାଲରେ ହିଁ ଚିକିତ୍ସିତ ହେଉଥିଲେ। ତାଙ୍କୁ ସେଠି ଭେଣ୍ଟିଲେଟରରେ ରଖାଯାଇଥିଲା। ସେଠାରେ ଚିକିତ୍ସୋର ଅବହେଳା କରାଯାଇଥିଲା। ଅବସ୍ଥା ଢ଼େର ଗୁରୁତର ଥିଲା। ଆଜି ଡାକ୍ତରଖାନରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ସାନଭାଇ ସୁବାଶିଷ ବେହେରା କହିଛନ୍ତି। ଘଟଣା ପଦାକୁ ଆସିଲା ପରେ ନବ ବିବାହିତ ଝିଅ ମୁଣ୍ଡରେ ସତେ ଯେମିତି ପାହାଡ଼ ଖସି ପଡ଼ିଛି। ଉଭୟ ପୁଅ ଓ ଝିଅ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଘଟଣା ପ୍ରଘଟ ହେଲା ପରେ ନାଲକୋନଗରେ ମଧ୍ୟ ଶୋକର ଛାୟ ଖେଳି ଯାଇଛି। ଭୂତାଣୁ ପାଇଁ ୨୫ ଦିନ ତେଳ ତିଆରି ହୋଇଥିବା ସଂସାର କେବଳ ଭାଙ୍ଗିଯାଇ ନାହିଁ, ଭୂତାଣୁ କେତେବେବେଳେ କାହାର ଯେ ଜୀବନ ନେଇପରେ ତାହା ମଧ୍ୟ ସତର୍କ କରାଇ ଦେଇଛି।