Odisha Link
Bridging the Missing Links in Odisha

ରାଜ୍ୟରେ ଅକ୍ସିଜେନ ଉପଯୁକ୍ତ ପରିମାଣର ମହଜୁଦ ଅଛି: ଡିଏମଇଟି

ମେ ମାସ ବେଳକୁ କରୋନା ପିକରେ ରହିବା ସମ୍ଭାବନା ଅଛି

ଭୁବନେଶ୍ବର: ସାରା ଦେଶରେ ଦିନକୁ ଦିନ ଭୟଙ୍କର ହେଉଛି କରୋନା ସ୍ଥିତି। ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦେଶର ବଡ଼ ବଡ଼ ସହରରେ ଅକ୍ସିଜେନର ଅଭାବ ମଧ୍ୟ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବେଡ ଓ ଅକ୍ସିଜେନର ଅଭାବ ନେଇ ଚର୍ଚ୍ଚା ହେଉଥିବାବେଳେ ଏହାକୁ ଡିଏମଇଟି ସିବିକେ ମହାନ୍ତି ଖଣ୍ଡନ କରିଛନ୍ତି।

ଶନିବାର ଗଣମାଧ୍ୟମକୁ ଶ୍ରୀ ମହାନ୍ତି କହିଛନ୍ତି ଯେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି। ରାଜ୍ୟର ସବୁ ଡାକ୍ତରଖାାନାରେ ବେଡ ମହଜୁଦ ଅଛି। ରାଜ୍ୟରେ ଅକ୍ସିଜେନ ଉପଯୁକ୍ତ ପରିମାଣର ମହଜୁଦ ଅଛି । କୋଭିଡ କେୟାର ସେଣ୍ଟରରେ ମଧ୍ୟ ଅକ୍ସିଜେନ ବ୍ୟବସ୍ଥା କରାଯାଇଛି । ମେ ମାସ ବେଳକୁ କରୋନା ପିକରେ ରହିବା ସମ୍ଭାବନା ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଅନ୍ୟପକ୍ଷରେ ଭୟଭୀତ ନହୋଇ ମେଡିକାଲ ନଆସିବାକୁ ସେ କହିଛନ୍ତି।

ସୂଚନାଥାଉକି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୦୧୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୩୩୦୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୫୬୦୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.