Odisha Link
Bridging the Missing Links in Odisha

ଦେଶରେ କରୋନା: ୮ ରାଜ୍ୟରେ ସ୍ଥିତି ସାଙ୍ଘାତିକ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କରୋନା ସଂକ୍ରମଣ ହାର ଦିନକୁ ସାଢେ଼ ୩ ଲକ୍ଷ ଉପର ରହୁଛି। ଦେଶରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏକ ପ୍ରେସମିଟ କରାଯାଇଛି। ଏହି ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ୮ ରାଜ୍ୟରେ କରୋନା ସ୍ଥିତି ସାଙ୍ଘାତିକ ନେଇ ସୂଚନା ଦେଇଛନ୍ତି।

ବିଶେଷକରି ମହାରାଷ୍ଟ୍ର, ଉତରପ୍ରଦେଶ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଛତିଶଗଡ଼, ଗୁଜୁରାଟ ଓ ତାମିଲନାଡ଼ୁ ଭଳି ୮ ରାଜ୍ୟ ଚିନ୍ତା ବଢ଼ାଇଛି । ଏହିସବୁ ରାଜ୍ୟରେ ଏବେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷରୁ ଉଦ୍ଧ୍ୱର୍ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲଭ ଅଗ୍ରଟ୍ୱାଲ କହିଛନ୍ତି ।

ଶ୍ରୀ ଅଗ୍ରୱାଲ କହିଛନ୍ତିଯେ, ୮୭% ସ୍ୱାସ୍ଥ୍ୟକର୍ମୀ, ୭୯% କରୋନା ଯୋଦ୍ଧା ଅତିକମରେ ଗୋଟିଏ ଲେଖାଏଁ ଟିକା ଡୋଜ ନେଇସାରିଛନ୍ତି । ଏହାଛଡ଼ା ଦେଶର ୬୦ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କ ମଧ୍ୟରୁ ୩୬% ଳୋକ ଗୋଟିଏ ଡୋଜ ଟିକା ନେଇସାରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ଜରୁରୀ। ଦେହ ଅସୁସ୍ଥ ନଥିଲେ ଅଯଥା ମେଡ଼ିକାଲକୁ ନଆସିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ସ୍ୱଳ୍ପ ଲକ୍ଷଣ ଥିଲେ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ହୋମ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ହେବ। ଅକ୍ସିଜେନ ଟ୍ୟାଙ୍କରକୁ ଆମ୍ବୁଲାନ୍ସ ଭଳି ସୁବିଧା ଦିଆଯାଉ। ଅକ୍ସିଜେନ ଟ୍ୟାଙ୍କରକୁ ସୁରକ୍ଷା ଓ ଗ୍ରୀନ କରିଡର ପ୍ରଦାନ କରାଯାଉ ବୋଲି ପ୍ରେସମିଟରେ କହିଛନ୍ତି।

Leave A Reply

Your email address will not be published.