ପିପିଲି ଉପନିର୍ବାଚନ ସ୍ଥଗିତ
ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ସ୍ଥଗିତ ହେଲା ପିପିଲି ଉପନିର୍ବାଚନ। ପୁଣି ଥରେ ସ୍ଥଗିତ ହୋଇଛି ପିପିଲି ଉପନିର୍ବାଚନ। ଏନେଇ ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟରେ କୋଭିଡ ଲକଡାଉନ କାରଣରୁ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ଆସନ୍ତା ମେ’ ୧୬ ତାରିଖରେ ପିପିଲି ଉପନିର୍ବାଚନ ହେବାର ଥିଲା। ଲକ୍ଡାଉନ୍ ବିପର୍ଯ୍ୟୟ ପରିଚାଳନା ନିୟମ 2005 ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି । ସେପଟେ କୋଭିଡ ସ୍ଥିତି ସୁଧୁରିଲେ ପୁନର୍ବାର ନିର୍ବାଚନ ପାଇଁ ନୂଆ ବିଜ୍ଞପ୍ତି ଜାରି ଲକରାଯିବ ବୋଲି କହିଛନ୍ତି କମିସନ।