ଅମରନାଥ ଯାତ୍ରାରେ ଲାଗିଲା ରୋକ୍, ଶ୍ରଦ୍ଧାଳୁଙ୍କୁ ଫେରିଯିବାକୁ ପରାମର୍ଶ
ଶ୍ରୀନଗର: ଅମରନାଥ ଯାତ୍ରାରେ ସାମିଲ ଥିବା ଶ୍ରଦ୍ଧାଳୁଙ୍କ ଉପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଆକ୍ରମଣ କରିବାର ଆଶଙ୍କା ବଢ଼ିବାରେ ଲାଗିଛି। ଏନେଇ ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ଆଜି ଜମ୍ମୁ-କଶ୍ମୀର ପ୍ରଶାସନ ଆକ୍ସନ ମୋଡ୍କୁ ଚାଲି ଆସିଛି।
J&K govt issues security advisory in the interest of #AmarnathYatra pilgrims and tourists, "that they may curtail their stay in the Valley immediately and take necessary measures to return as soon as possible", keeping in view the latest intelligence inputs of terror threats. pic.twitter.com/CzCk6FnMQ6
— ANI (@ANI) August 2, 2019
ଅମରନାଥ ଯାତ୍ରାରେ ସାମିଲ ଥିବା ଶ୍ରଦ୍ଧାଳୁଙ୍କୁ ଯଥାଶୀଘ୍ର ଜମ୍ମୁ-କଶ୍ମୀର ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କଶ୍ମୀର ଗୃହ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ପକ୍ଷରୁ ଏକ ଜରୁରୀକାଳୀନ ଭିତ୍ତିରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷା ସମ୍ପର୍କରେ କେତେକ ପରାମର୍ଶ ଦିଆଯାଇଛି। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଉପତ୍ୟକାରେ ରହିବା ପାଇଁ ଯେଉଁ ଯୋଜନା କରିଥିଲେ, ତୁରନ୍ତ ତା’କୁ ବାତିଲ କରନ୍ତୁ ଓ ଯଥାଶୀଘ୍ର ସମ୍ଭବ ଜମ୍ମୁ-କଶ୍ମୀରରୁ ଫେରିଯାଆନ୍ତୁ ବୋଲି ଏଥିରେ ଅନୁରୋଧ କରାଯାଇଛି।
J&K: The Pakistan Ordnance factory anti-personnel mine recovered from a terror cache busted by security forces. pic.twitter.com/7sB9RcLpvC
— ANI (@ANI) August 2, 2019
ଗୁଇନ୍ଦା ବିଭାଗ ସମ୍ଭାବ୍ୟ ଆତଙ୍କୀ ହମ୍ଲା ସମ୍ପର୍କରେ ସୂଚନା ଦେଇଛି। ବିଶେଷ କରି ପର୍ଯ୍ୟଟକ ଓ ଅମରନାଥ ଯାତ୍ରୀମାନଙ୍କ ଉପରେ ଆତଙ୍କୀମାନେ ଆକ୍ରମଣ କରିବାକୁ ଯୋଜନା କରୁଥିବା କୁହାଯାଇଛି। ଏଭଳି ଘଟିଲେ ଜମ୍ମୁ-କଶ୍ମୀରରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ତେଣୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କୁ ଫେରିଯିବାକୁ ପରାମର୍ଶ ଦିଆଯାଇଛି।
Comments are closed.