ରାଜ୍ୟରେ କରୋନା: ଦିନକରେ ୧୦ ହଜାରରୁ ଉର୍ଦ୍ଧ୍ବ ପଜିଟିଭ, ୧୯ ମୃତ
୨୪ ଘଣ୍ଟା ମଧ୍ୟରେ ୧୦୬୪୯ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୦୬୪୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୯୬୫ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୪୬୮୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏଥିସହ ୨୪ ଘଣ୍ଟା ମଧ୍ୟରେ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୫୭ଜଣ, ବାଲେଶ୍ୱର ଜିଲ୍ଲାରୁ ୫୦୩ଜଣ, ବରଗଡ଼ ଜିଲ୍ଲାରୁ ୩୯୧ଜଣ, ଭଦ୍ରକ ଜିଲ୍ଲାରୁ ୨୧୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୯୮ଜଣ, ବୌଦ୍ଧ ଜିଲ୍ଲାରୁ ୨୩୨ଜଣ, କଟକ ଜିଲ୍ଲାରୁ ୯୩୦ଜଣ, ଦେଓଗଡ଼ ଜିଲ୍ଲାରୁ ୧୧୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୨୦ଜଣ, ଗଜପତି ଜିଲ୍ଲାରୁ ୧୦୪ଜଣ, ଗଞ୍ଜାମ ଜିଲ୍ଲାରୁ ୨୪୫ଜଣ, ଜଗତସିଂହପୁର ଜିଲ୍ଲାରୁ ୨୭୮ଜଣ, ଯାଜପୁର ଜିଲ୍ଲାରୁ ୩୦୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୬୮ଜଣ, କଳାହାଣ୍ଡି ଜିଲ୍ଲାରୁ ୨୬୩ଜଣ, କନ୍ଧମାଳ ଜିଲ୍ଲାରୁ ୬୯ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮୫ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୫ଜଣ ରହିଛନ୍ତି।
ଖୋର୍ଦ୍ଧା ଜିଲ୍ଲାରୁ ୧୫୫୭ଜଣ, କୋରାପୁଟ ଜିଲ୍ଲାରୁ ୧୬୪ଜଣ, ମାଲକାନଗିରି ଜିଲ୍ଲାରୁ ୪୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୦୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୦୭ଜଣ, ନୟାଗଡ଼ ଜିଲ୍ଲାରୁ ୩୫୭ଜଣ, ନୂଆପଡ଼ା ଜିଲ୍ଲାରୁ ୩୩୧ଜଣ, ପୁରୀ ଜିଲ୍ଲାରୁ ୩୩୫ଜଣ, ରାୟଗଡ଼ା ଜିଲ୍ଲାରୁ ୧୬୩ଜଣ, ସମ୍ବଲପୁର ଜିଲ୍ଲାରୁ ୪୯୪ଜଣ, ସୋନପୁର ଜିଲ୍ଲାରୁ ୧୯୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୭୪ଜଣ, ଷ୍ଟେଟ୍ ପୁଲ୍ରୁ ୨୬୭ ରହିଛନ୍ତି।
ମୃତକଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩ ଜଣ,ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ,ବାଲେଶ୍ବର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ଖୋର୍ଦ୍ଧା, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୭୬୨୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୦୦୩୧୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୭୩୬୮୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ୨୨୫୧ରେ ପହଞ୍ଚିଥିବା ବେଳେ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି। ଏବେ ସୁଦ୍ଧା ରାଜ୍ୟରେ ୧୦୭୧୧୩୦୯୮ସାମ୍ପୁଲ ଟେଷ୍ଟ୍ ହୋଇଛି।