ଅକ୍ଷୟ ତୃତୀୟା ଅବସରରେ ଅକ୍ଷିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ
କୃଷି ମନ୍ତ୍ରୀ ବିଲରେ ଅକ୍ଷିମୁଠି ଅନୁକୂଳ କରିବା ସହ ନିଜେ ହଳ କରି ବିହନ ବୁଣିଛନ୍ତି
![](https://www.odishalink.com/wp-content/uploads/2021/05/1-2.jpg)
ନୟାଗଡ଼: ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିରି ଦିନରେ ଆଜିର ଦିନରେ ଅକ୍ଷିମୁଠି ଅନୁକୂଳ କରାଯାଏ। ଚାଷୀମାନେ ନୂଆ ଧାନ ନେଇ ନିଜ କ୍ଷେତରେ ବୁଣି ହଳ କରିଥାନ୍ତି। ଏଥିସହ ଧରିତ୍ରୀ ମାତା ଓ ଭୂମିଜାଙ୍କର ପୂଜା କରିଥାନ୍ତି। ଏହି ଅବସରରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅକ୍ଷିମୁଠି ଅନୁକୂଳ କରିଛନ୍ତି।
ନୟାଗଡ଼ ବ୍ଳକ ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତ ଖେଡ଼ପଡ଼ାଠାରେ ଅକ୍ଷିମୁଠି ଅନୁକୁଳ କରି କୃଷି ଓ କୃଷକର ଉନ୍ନତୀ କାମନା କରିଛନ୍ତି। ଜଣେ ଚାଷୀ ବିଲରେ କୃଷି ମନ୍ତ୍ରୀ ପୂଜାର୍ଚ୍ଚନା କରି ଅକ୍ଷିମୁଠି ଅନୁକୂଳ କରିବା ସହ ନିଜେ ହଳ କରି ବିହନ ବୁଣିଛନ୍ତି।
ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବିଜୁ କୃଷକ ଜନତା ଦଳର ସଭାପତି ଜଗନ୍ନାଥ ପଣ୍ଡା, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର କଅଁର ପ୍ରମୁଖ ଯୋଗ ଦେଇଥିଲେ।
ଗତବର୍ଷ ରାଜ୍ୟରେ ଫସଲ ଉତ୍ପାଦନ ଅଧିକ ହୋଇଥିବା ବେଳେ ଏବର୍ଷ ମଧ୍ୟ କୃଷକମାନେ ଲାଭବାନ ହେବେ ବୋଲି ଆଶା କରାଯାଉଛି। ଗତକାଲି ରାଜ୍ୟ ସରକାର କାଳିଆ ଯୋଜନାରେ ୪୨ ଲକ୍ଷ କୃଷକଙ୍କ ଖାତାରେ ୯୨୦ କୋଟି ଟଙ୍କା ଜମି କରିଛନ୍ତି। ଏଥିସହିତ ଚାଷୀ ଆମର ଗର୍ବ, ତାଙ୍କ ତ୍ୟାଗର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।