ଉତ୍ତରପ୍ରଦେଶ ପ୍ରଶାସନର ନିର୍ଯାତନା ଅସହ୍ୟ, ଇସ୍ତଫା ଦେଲେ ୧୪ ଡାକ୍ତର
ସ୍ବଳ୍ପ ସାଧନ ସତ୍ତ୍ବେ କୋଭିଡ୍ ସମୟରେ ଯଥାସମ୍ଭବ ରୋଗୀ ସେବା ଯୋଗାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ବାରମ୍ବାର ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାନସିକ ନିର୍ଯାତନା ଦେଉଛି ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ୧୪ ଡାକ୍ତର।
![](https://www.odishalink.com/wp-content/uploads/2021/05/14-doctors-in-UP-resigned.jpg)
ଉନ୍ନାଓ: ଉନ୍ନାଓ ଜିଲ୍ଲାରେ ସରକାରୀ ପ୍ରଶାସନର ଚାପ ଓ ମାନସିକ ନିର୍ଯାତନା ସହିନପାରି ସରକାରୀ ଚିକିତ୍ସାଳୟରେ କାର୍ଯ୍ୟରତ ୧୪ ଜଣ ଡାକ୍ତର ଚାକିରିରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସେମାନଙ୍କର ଇସ୍ତଫା ନେଇ ପ୍ରଶାସନ ସହ ଆଲୋଚନା ଜାରି ରଖିଥିବା ବେଳେ ନିଷ୍ପତ୍ତି ନହେବା ଯାଏଁ କୋଭିଡ୍ ଚିକିତ୍ସାରେ ସେମାନେ ଅବହେଳା କରିବେ ନାହିଁ ବୋଲି ଡାକ୍ତରମାନେ ପ୍ରତିଶ୍ରୁତି ଦେଇଛନ୍ତି।
ଜିଲ୍ଲାର ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଏହି ୧୪ ଡାକ୍ତର ପ୍ରଶାସନ ପକ୍ଷରୁ ହେଉଥିବା ମାନସିକ ଚାପ ସହିନପାରି ଇସ୍ତଫା ଦେଉଥିବା ଦର୍ଶାଇଛନ୍ତି। ସେମାନା ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ନିଜର ଇସ୍ତଫା ପତ୍ର ଦେଇଥିବା ବେଳେ ଏହାର ନକଲ ଅତିରିକ୍ତ ମୁଖ୍ୟ ସଚିବ ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ପଠାଇଛନ୍ତି।
ସ୍ବଳ୍ପ ସାଧନ ସତ୍ତ୍ବେ କୋଭିଡ୍ ସମୟରେ ଯଥାସମ୍ଭବ ରୋଗୀ ସେବା ଯୋଗାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ବାରମ୍ବାର ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାନସିକ ନିର୍ଯାତନା ଦେଉଛି ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ୧୪ ଡାକ୍ତର। ସେମାନଙ୍କ କାର୍ଯ୍ୟକୁ ଉପଖଣ୍ଡୀୟ ମାଜିଷ୍ଟ୍ରେଟ୍ ଓ ବିଡିଓମାନେ ତଦାରଖ କରୁଛନ୍ତି ଓ ସେମାନଙ୍କର ବ୍ୟବହାର ଅତିଷ୍ଠ କରୁଛି ବୋଲି ଡାକ୍ତରମାନେ ଦର୍ଶାଇଛନ୍ତି।