Odisha Link
Bridging the Missing Links in Odisha

ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା

କଟକ : କଟକ ସିଡିଏ କୃଷକ ବଜାର ଅଞ୍ଚଳରୁ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଥିବା ବେଳେ ବରିଷ୍ଠ ପୁଲିସ ଅଧିକାରୀ ଓ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। କୃଷକ ବଜାର ଅଞ୍ଚଳରେ କିଛି ବର୍ଷ ହେଲା ବେଆଇନ ଭାବେ ବସ୍ତି ଗଢ଼ି ଉଠିଥିଲା । ତେବେ ଆଜି ତହସିଲଦାରଙ୍କ ଉପସ୍ଥିତିରେ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ଉଚ୍ଛେଦ ବେଳେ ବସ୍ତି ବାସିନ୍ଦା ବିରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି।

Comments are closed.