ବାହାଘର, ବ୍ରତଘର ଓ ଶୁଦ୍ଧିକାର୍ଯ୍ୟରେ ଭୋଜିଭାତ ମନା
ନୂଆ ନିୟମ ଅନୁଯାୟୀ ଏଣିକି ସକାଳ ୭ରୁ ଦିନ ୧୧ ଯାଏ ଚାଲି ଚାଲି ପରିବା ଆଣି ହେବ ବୋଲି ସୂଚନା ରହିଛି। ଅର୍ଥାତ୍ ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ କୋହଳ ସମୟ ଖସାଇ ଦିଆଯାଇଛି।

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାର ଲଗାଇଥିଲେ ୧୪ ଦିନିଆ ଲକ୍ଡାଉନ୍। ହେଲେ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇନାହିଁ କଟକଣା। ଯାହାକୁ ନଜରରରେ ରଖି ମଙ୍ଗଳବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କରିଛନ୍ତି ବଡ଼ ଘୋଷଣା।
ରାଜ୍ୟରେ ଜୁନ୍ ୧ ଯାଏଁ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି ମୁଖ୍ୟ ଶାସନ ସଚିବ। ଜୁନ୍ ୧ ସକାଳ ୫ଟା ଯାଏ ରାଜ୍ୟରେ ବଢ଼ିଲା ଲକ୍ଡାଉନ୍। ନୂଆ ଗାଇଡଲାଇନ୍ ଅନୁଯାୟୀ , ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ ନାହିଁ।। ନୂଆ ନିୟମ ଅନୁଯାୟୀ ଏଣିକି ସକାଳ ୭ରୁ ଦିନ ୧୧ ଯାଏ ଚାଲି ଚାଲି ପରିବା ଆଣି ହେବ ବୋଲି ସୂଚନା ରହିଛି। ଅର୍ଥାତ୍ ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ କୋହଳ ସମୟ ଖସାଇ ଦିଆଯାଇଛି।
ରାଜ୍ୟରେ ଲକ୍ଡାଉନ୍ ଅବଧିକୁ ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟରେ ରାଜ୍ୟରେ ଜାରି ରହିଥିବା ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ। ଏହି ସମୟରେ ସ୍ବାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକ କାର୍ଯ୍ୟ ଜାରି ରହିବ। pic.twitter.com/kphgToyvyk
— I & PR Department, Odisha (@IPR_Odisha) May 18, 2021
ତେବେ ଏହି ଲକଡାଉନ ଅବଧି ବୃଦ୍ଧି ସହ ବହୁ କଟକଣାକୁ ପରିବର୍ତ୍ତନ କରାଯାଇଛି। ତାହା ହେଲା ବାହାଘର, ବ୍ରତଘର ଓ ଶୁଦ୍ଧି କାର୍ଯ୍ୟ ପାଇଁ ମଧ୍ୟ କଟକଣାକୁ ବୃଦ୍ଧି କରାଯାଇଛି। ବହାଘରରେ ଏଣିକି ୫୦ ବଦଳରେ ସର୍ବାଧିକ ୨୫ଜଣ ଏକାଠି ହୋଇପାରିବେ। ବର, କନ୍ୟା, ପୂଜକ ଓ ବାଜାବାଲାଙ୍କୁ ମିଶାଇ ମୋଟ ୨୫ ଜଣ ସାମିଲ ହୋଇପାରିବେ। ବାହାଘର, ବ୍ରତଘର ଓ ଶୁଦ୍ଧିକାର୍ଯ୍ୟରେ ଭୋଜିଭାତ ସମ୍ପୂର୍ଣ୍ଣ ମନା କରାଯାଇଛି। ଘରକୁ ଡାକି ଅତିଥିମାନଙ୍କୁ ଭୋଜିଭାତ ଦିଆଯାଇପାରିବ ନାହିଁ। ଅତିଥିମାନଙ୍କୁ ପ୍ୟାକେଟ ଜରିଆରେ ଖାଦ୍ୟ ଦିଆଯାଇପାରିବ। ଲକଡାଉନ ଦ୍ୱାରା ସଂକ୍ରମଣ ସ୍ଥିର ଅଛି। ଆଗକୁ ନିଶ୍ଚିତ କମିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି।
ବନ୍ଦ:
– ଲକ୍ଡାଉନ୍ ବେଳେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ ଚାଲିବନି
– କେବଳ ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସବୁ ଆତଯାତ ମନା
– ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ବନ୍ଦ ରହିବ
– ପ୍ରଦର୍ଶନୀ, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ
– ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ
– ସିନେମା ହଲ୍, ମଲ୍ ମାର୍କେଟ କଂପ୍ଲେକ୍ସ, ଜିମ୍ ବନ୍ଦ ରହିବ
– ଯାତ୍ରା, ଅପେରା, ଖୋଲାମଞ୍ଚ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ
– ସେଲୁନ୍, ପାର୍ଲର, ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ
– ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ
– ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ବିବାହ ଆୟୋଜନ ହୋଇ
ପାରିବ
– ବିବାହରେ ୨୫ ଓ ଶୁଦ୍ଧିକାର୍ଯ୍ୟରେ ୨୦ ଜଣଙ୍କୁ ଅନୁମତି
– କୌଣସି କାର୍ଯ୍ୟରେ ଭୋଜି ଭାତ ମନା
– ସାପ୍ତାହିକ ଏବଂ ଦୈନିକ ହାଟ ବନ୍ଦ
ଖୋଲା:
– ଲକ୍ଡାଉନ୍ ବେଳେ ଜରୁରୀ ସେବା ଚାଲୁ ରଖିବାକୁ ଅନୁମତି
– ହସ୍ପିଟାଲ, ନର୍ସିଂହୋମ୍, ଔଷଧ ଦୋକାନ ଖୋଲା ରହିବ
– ରାସନ ଦୋକାନ, ଗ୍ରୋସରୀ, ଫଳ ଦୋକାନ ଖୋଲା ରହିବ
– ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ଖୋଲା ରହିବ
– ସୋମବାରରୁ ଶୁକ୍ରବାର ସକାଳ ୬ରୁ ଦିନ ୧୨ ଯାଏ ଏସବୁ ଖୋଲା
– ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇ ପାରିବେ
– ଫ୍ଲିପ୍କାର୍ଟ, ଆମଜନ, ଜୋମାଟୋ ଆଦି ଡେଲିଭରି ବୟଙ୍କୁ ଅନୁମତି
– ଛାପା, ବୈଦ୍ୟୁତିକ ଗଣମାଧ୍ୟମ, ଓ୍ବେବ ମିଡିଆକୁ ଅନୁମତି
– ପେଟ୍ରୋଲ ପମ୍ପ୍, ରନ୍ଧନ ଗ୍ୟାସ୍ ଯୋଗାଣକୁ ଅନୁମତି