ଏମିତି ବି ଆସେ ମୃତ୍ୟୁ: ବାପାଙ୍କ ମୃତ୍ୟୁ ଖବର ପାଇ ଘରକୁ ଯିବା ବେଳେ ଚାଲିଗଲା ପୁଅର ଜୀବନ

କେନ୍ଦ୍ରାପଡ଼ା: ବାପାଙ୍କ ମୃତ୍ୟୁ ଖବର ପାଇ ସ୍କୁଟିରେ ଘରକୁ ଫେରୁଥିଲା ପୁଅ। ମାତ୍ର ବାଟରେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭମଣ୍ଡା ଗାଁରେ।
ସୂଚନା ମୁତାବକ, ଗାଁର ବଶିଷ୍ଟ ସାମଲ କର୍କଟ ରୋଗରେ ପୀଡିତ ଥିଲେ। ଗତ ୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଲା। ବାପାଙ୍କ ଦେହାନ୍ତ ଖବର ପାଇ ଢେଙ୍କାନାଳରେ ରହୁଥିବା ତାଙ୍କ ପୁଅ ତାପସ ସ୍କୁଟି ଯୋଗେ ଘର ଅଭିମୁଖେ ବାହାରିଥିଲେ। ସାଙ୍ଗରେ ତାଙ୍କ ପିଉସୀ ଝିଅ ରଶ୍ମିତା ମଧ୍ୟ ଥିଲେ। ହେଲେ କେନ୍ଦ୍ରାପଡ଼ା ଦୁରିଆ ଓମ୍ଫେଡ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହିତ ତାଙ୍କ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣାରେ ଉଭୟ ତାପସ ଓ ରଶ୍ମିତା ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତ କାଲି ଚିକିତ୍ସାଧୀନ ଅବସ୍ଥାରେ ତାପସଙ୍କର ମୃତ୍ୟୁ ହୋଇଛି। ବାପ ପୁଅଙ୍କ ମୃତ୍ୟୁରେ ପରିବାରର ଉପରେ ଦଃଖର ପହାଡ ଭାଙ୍ଗି ପଡିଛି।