ଚଳିତ ବର୍ଷ ମଧ୍ୟ ଭକ୍ତ ଶୂନ୍ୟ ହେବ ରଥଯାତ୍ରା, କେବଳ ପୁରୀରେ ରଥ ଟଣା

ଭୁବନେଶ୍ୱର: ପୁରୀ ରଥଯାତ୍ରା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ପୁରୀରେ ହେବ ଭକ୍ତ ଶୁନ୍ୟ ରଥଯାତ୍ରା। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି।
ଏସ୍ଆର୍ସିଙ୍କ ସୂଚନା ମୁତାବକ, ପୁରୀ ଛଡ଼ା ଓଡିଶା ଅନ୍ୟ କୌଣସି ସ୍ଥାନରେ ରଥ ଟଣା ହେବ ନାହିଁ। ଅନ୍ୟ ସ୍ଥାନରେ କେବଳ ମନ୍ଦିର ପରିସରରେ ହେବ ନୀତିକାନ୍ତି। ପୁରୀରେ କୋଭିଡ଼ ଗାଇଡ଼ଲାଇନ୍ ଅନୁସାରେ ରଥ ଯାତ୍ରା ହେବ। କେବଳ ସେବାୟତ ଓ ସୁରକ୍ଷକର୍ମମାନେ ରଥ ଟାଣିବେ।
ସମସ୍ତ ସେବାୟତ ଓ ସୁରକ୍ଷକର୍ମଙ୍କର କୋଭିଡ଼ ଟେଷ୍ଟ କରାଯିବ। ଯଦି ରିପୋର୍ଟ ପଜିଟିଭ୍ ଆସିଲେ, ତେବେ ସେମାନଙ୍କୁ ରଥ ଟାଣିବା ପାଇଁ ଅନୁମତି ଦିଆଯିବନାହିଁ। କେବଳ ନେଗେଟିଭ୍ ରିପୋର୍ଟ ଥିବା ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ଅନୁମତି ଦିଆଯିବ।