କଟକରୁ ସେକ୍ସ ରାକେଟ୍ ଠାବ

କଟକ: କଟକରୁ ସେକ୍ସ ରାକେଟ୍ ଠାବ। କଟକର ପିଲଗ୍ରିମ ରୋଡର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବାର ସୂଚନା ମିଳିଛି। ପୁଲିସ ହୋଟେଲରେ ଉପରେ ଚଢାଉ କରିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି।
ହୋଟେଲରେ ସେକ୍ସ ରାକେଟ ଚଢାଉ ବେଳେ ଜଣେ ଯୁବତୀ ଉଦ୍ଧାର ହୋଇଥିବା ବେଳେ ମହିଳା କିଙ୍ଗପିନ୍ ସହ ୨ ହୋଟେଲ କର୍ମଚାରୀଙ୍କୁ ଅଟକ ରଖିଛି ପୁଲିସ। ଘଟଣାକୁ ନେଇ ପୋଲିସ ଛାନଭିନ ଜାରି ରଖିଛି।