ଲକଡାଉନ କୋହଳ ନେଇ କେନ୍ଦ୍ରର ପାଞ୍ଚ ସୂତ୍ରୀ ପରାମର୍ଶ

ନୂଆଦିଲ୍ଲୀ: ଲକଡାଉନ କୋହଳ ନେଇ ସବୁ ରାଜ୍ୟଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। କୋହଳ କଟକଣା ଯୋଗୁ ଜନଗହଳି ସୃଷ୍ଟି ହେଉଥିବାରୁ ବିଭନ୍ନ ଗାଇଡଲାଇନ ପାଳନ ପାଇଁ ୫ ସୂତ୍ରୀ ପରାମର୍ଶ ଦେଇଛି କେନ୍ଦ୍ର।
କୋଭିଡ ନିୟନ୍ତ୍ରଣ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ, ଟେଷ୍ଟ-ଟ୍ରାକ-ଟ୍ରିଟ ଓ ଟିକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କଟକଣା କୋହଳ ହେଉଥିବାରୁ ଏଥିପ୍ରତି ସତର୍କ ରହିବାକୁ ତତ୍ପର ହୋଇଛନ୍ତି ସରକାର। ଏହା ସହ ଏହି ଗାଇଡଲାଇନ ନ ମାନିଲେ ସ୍ଥିତି ପୁଣି ବିଗିଡିପାରେ ବୋଲି ସତର୍କ ସୂଚନା ଦେଇଛନ୍ତି ସରକାର।
କେନ୍ଦ୍ର ଗୃହ ସଚିବ କହିଛନ୍ତି, କୋଭିଡ ଦ୍ବିତୀୟ ଲହରୀରେ ଅସାବଧନତା ଯୋଗୁ ସଂକ୍ରମଣ ସଂଖ୍ୟା ବିଶେଷ ଭାବେ ବଢିଛି। ସେପଟେ ସକ୍ରିୟ ମାମଲା ସଂଖ୍ୟା ହ୍ରାସ ପାଉଥିବାରୁ ବିଭିନ୍ନ ରାଜ୍ୟରେ ଲକଡାଉନକୁ ହ୍ରାସ କରାଯାଉଛି। ତେବେ ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ ପରେ ହିଁ ଲକଡାଉନ କୋହଳ ବିଷୟ ଚିନ୍ତା କରାଯିବା ଆବଶ୍ୟକ ବୋଲି କହିଛନ୍ତି ଗୃହସଚିବ ଅଜୟ ଭାଲ୍ଲା। ଏହା ସହ ସମସ୍ତେ ମାସ୍କ ପିନ୍ଧିବା, ହାତ ସଫା କରିବା, ସାମାଜିକ ଦୂରତା ରକ୍ଷା କରିବା ଆଦି ନିୟମକୁ ମାନିାବା ଲାଗି ସେ ପରାମର୍ଶ ଦେଇଛନ୍ତି।