ରେକର୍ଡ ଭାଙ୍ଗିଲା ତୈଳ ଦର
ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ଲାଗାତାର ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ପେଟ୍ରୋଲ, ଡିଜେଲ ଦର ଐତିହାସିକ ରେକର୍ଡ କରିଛି। ଆଜି ପେଟ୍ରୋଲ ଦର ୨୭ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ଦର ୨୮ ପଇସା ମହଙ୍ଗା ହୋଇଛି। ପେଟ୍ରୋଲ୍ ପରେ ଏବେ ଡିଜେଲ୍ ଦର ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି।
ଓଡ଼ିଶାରେ ଏବେ ଡିଜେଲ୍ ଦର ଲିଟର୍ ପିଛା ୧୦୦ ଟଙ୍କାରେ ପହଞ୍ଚିଛି। ମାଲକାନଗିରି ଓ କୋରାପୁଟରେ ଡିଜେଲ୍ ଲିଟର୍ ପିଛା ୧୦୦ ଟଙ୍କାରେ ପହଞ୍ଚିଛି। ମାଲକାନଗିରିରେ ଡିଜେଲ୍ ଦର ଲିଟର୍ ପିଛା ୧୦୧.୧୨ ଟଙ୍କା ଓ କୋରାପୁଟରେ ଲିଟର୍ ପିଛା ୧୦୦.୪୬ ଟଙ୍କା ହୋଇଛି।
ଆଜିର ବର୍ଦ୍ଧିତ ଦର ପରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦାମ ୧୦୩.୬୩ ଟଙ୍କା ହୋଇଛି। ସେହିପରି ଡିଜେଲ ଲିଟର ପିଛା ୨୮ ପଇସା ବଢ଼ି ୯୫.୭୨ ଟଙ୍କା ହୋଇଛି। ଦିଲ୍ଲୀରେ ପେଟ୍ରୋଲ ୯୭ ଟଙ୍କା ୫୦ ପଇସା ହୋଇଥିବା ବେଳେ ଡିଜେଲ ୮୮ଟଙ୍କା ୨୩ ପଇସା ହୋଇଛି।
ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର କେତେକ ସହର ଏବଂ ସହରରେ ଲିଟର ପିଛା ତେଲ ୧୦୦ଟଙ୍କା ଅତିକ୍ରମ କରିସାରିଛି। ମେ ୧ ଠାରୁ ଏପର୍ଯ୍ୟନ୍ତ ୨୮ ଦିନ ହେବ ତେଲ ଦର ବୃଦ୍ଧି ପାଇବାର ଲାଗିଛି। ଏହି ସମୟରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭.୧୮ ଟଙ୍କା ବୃଦ୍ଧି ପାଇଛି। ଏଥି ସହିତ ଡିଜେଲ ୭.୪୫ ଟଙ୍କାକୁ ବୃଦ୍ଧି ପାଇଛି।