ରୁଜୁ ମାମଲା ଉପରେ ରୋକ ପାଇଁ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେଲେ ବାବା ରାମଦେବ
![](https://www.odishalink.com/wp-content/uploads/2021/06/ramdev.jpg)
ନୂଆଦିଲ୍ଲୀ: ଏଲୋପାଥିକୁ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବାବା ରାମଦେବ ବର୍ତ୍ତମାନ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟରରେ ଯାଚିକା ଦାୟର କରି ନିଜ ବିରୋଧରେ ରୁଜୁ ସମସ୍ତ ଏଫଆଇଆରର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି।
ରାମଦେବ ଆବେଦନରେ ଆଇଏମଏ ପକ୍ଷରୁ ତାଙ୍କ ବିରୋଧରେ ରୁଜୁ ଏଫଆଇଆରର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ରାମଦେବଙ୍କ ବିରୋଧରେ ଆଇଏମଏ ପାଟନା ଓ ରାୟପୁର ୟୁନିଟ୍ ପକ୍ଷରୁ କେସ ରୁଜୁ ହୋଇଛି। ରାମଦେବ ଏହି ଦୁଇଟି ଏଫଆଇଆରକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ମଧ୍ୟ ଦାବି କରିଛନ୍ତି।
ଜୟପୁର ପୋଲିସ ଗତ ସପ୍ତାହ ବାବା ରାମଦେବଙ୍କ ବିରୋଧରେ ଏଲୋପାଥି ଚିକିତ୍ସା ପଦ୍ଧତି ଓ ଔଷଧକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ ଏଫଆଇଆର ରୁଜୁ କରିଥିଲା। ସେହି ପରି ଇଣ୍ଡିଆନ ମେଡିକାଲ ଆସୋସିଏସନ, ଛତିଶଗଡ ୟୁନିଟ୍ ପକ୍ଷରୁ ମଧ୍ୟ ବାବାଙ୍କ ବିରୋଧରେ କେସ୍ ଦିଆଯାଇଥିଲା। ଯୋଗ ଗୁରୁଙ୍କ ବିରୋଧରେ ମହାମାରୀକୁ ନେଇ ବେପରୁଆ ବୟାନ ଦେବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା।