ଆକାଶ ପାଠକଙ୍କୁ ମିଳିଲା ଜାମିନ
![](https://www.odishalink.com/wp-content/uploads/2020/12/akash-pathak-2.jpg)
ଭୁବନେଶ୍ୱର: ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ଆକାଶ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ବୈଦ୍ୟନାଥପୁର ଥାନାରେ ହୋଇଥିବା ଏହି ମାମଲାରେ ଜାମିନ ମିଳିଛି। କିନ୍ତୁ ଏବେ ସେ ଜେଲ୍ରୁ ମୁକୁଳି ପାରିବେ ନାହିଁ।
ଏହାପୂର୍ବରୁ ଜୁନ୍ ୧୮ ତାରିଖରେ ଜେଲରୁ ମୁକୁଳିଥିଲେ ବହିଷ୍କୃତ IFS ଅଭୟକାନ୍ତ ପାଠକ। ଦୀର୍ଘ ୬ ମାସ ପରେ ଝାରପଡ଼ା ଜେଲରୁ ସେ ମୁକୁଳିଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ଅଭୟକାନ୍ତ। ଜୁନ୍ ୧୭ରେ ତୃତୀୟ ମାମଲାରେ ଜାମିନ ପାଇବା ପରେ ସେ ଜେଲରୁ ମୁକୁଳିଥିଲେ।
ନିଜକୁ ଟାଟା ମୋଟର୍ସର ଏମ୍ଡି ଭାବେ ପରିଚୟ ଦେଇ ଆକାଶା ବହୁ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରିଥିବା ଅଭିଯୋଗ ରହିଛି। ଏନେଇ ଆକାଶଙ୍କ ନାଁରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ବହୁ ଥାନାରେ ବି ମାମଲା ହୋଇଛି।