ଅଡ଼ୁଆରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ
ମୁମ୍ବାଇ: ମନ୍ତ୍ରୀ ପଦରୁ ହଟିବା ପରେ ବି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଅଡ଼ୁଆରେ। ଆର୍ଥିକ ଦୁର୍ନୀତି ଘଟଣାରେ ଶୁକ୍ରବାର ସକାଳୁ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଗପୁର ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଲାସ ଚଳାଇଛି। ସୂଚନାଥାଉକି, ମୁମ୍ବାଇର ପୂର୍ବତନ ପୁଲିସ କମିସନର୍ ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ପତ୍ର ଲେଖିବାରୁ ବରିଷ୍ଠ ଏନ୍ସିପି ନେତା ଦେଶମୁଖ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ।
ଏପ୍ରିଲ୍ ମାସରେ ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତଙ୍କ ନେତୃତ୍ବାଧୀନ ହାଇକୋର୍ଟଙ୍କର ଖଣ୍ଡପୀଠ ଅନୀଲ ଦେଶମୁଖଙ୍କ ବିରୋଧରେ ତଦନ୍ତ କରିବା ଲାଗି ‘ସିବିଆଇ’କୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ମୁମ୍ବାଇର ଏକ ଥାନାରେ ଦାଏର ହୋଇଥିବା ଅଭିଯୋଗକୁ ଭିତ୍ତି କରି ଏହି ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିଲା। ଏହା ବ୍ୟତୀତ, ପ୍ରବର୍ତ୍ତନ ନିର୍ଦେଶାଳୟ ମଧ୍ୟ ତାଙ୍କ ବିରୋଧରେ ଆର୍ଥିକ ଦୁର୍ନୀତି ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା।